ଆଡମିଶନ୍ ପାଇଁ ଆଗ୍ରହ ପ୍ରକାଶ କଲେନି ଛାତ୍ରଛାତ୍ରୀ, ବନ୍ଦହେଲା ଘରୋଇ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର: ଛାତ୍ରଛାତ୍ରୀ ଆଡ୍ ମିଶନ ଲାଗି ଆଗ୍ରହ ପ୍ରକାଶ ନକରିବାରୁ ବନ୍ଦ ହେଲା ରାଜ୍ୟର ଏକ ଘରୋଇ ଇଂଜିନିୟରିଂ କଲେଜ। କଲେଜ ବନ୍ଦ ଲାଗି କର୍ତ୍ତୃପକ୍ଷଙ୍କ ଆବେଦନକୁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଗ୍ରହଣ କରିବା ସହ ଏଆଇସିଟିକୁ ଅବଗତ କରାଇଛି। କେବଳ ଏହି କଲେଜ ନୁହେଁ । ଅନ୍ୟ ୨୧ଟି ଘରୋଇ ଇଞ୍ଜିନିୟରିଂ କଲେଜ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଛାତ୍ରଛାତ୍ରୀ ଅଭାବରୁ ଏମାନେ ନିଜ ନିଜର ବିଭିନ୍ନ ଟ୍ରେଡ୍ ବନ୍ଦ କରିବା କିମ୍ୱା ସିଟ୍ ସଂଖ୍ୟା ହ୍ରାସ ଲାଗି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ନିକଟରେ ଆବେଦନ କରିଛନ୍ତି । ଏହି ଆବେଦନ ସଂପର୍କରେ ଏଆଇସିଟିଇକୁ ମଧ୍ୟ ଜଣାଇ ଦିଆଯାଇଛି। ଫଳରେ ଚଳିତବର୍ଷ  ବି-ଟେକ ରେ ମୋଟ ୧୧୭୦, ଏମଟେକ୍ ରେ ୭୨ ଏବଂ ଏମବିଏ ଏବଂ ଏମସିଏରେ ପ୍ରାୟ ୨୫୦ଟି ସିଟ୍ ରେ ଆଡମିଶନ ହେବ ନାହିଁ ।

ଆହୁରି ପଢ଼ନ୍ତୁ

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଆଗରେ କଟକ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’

ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ବିଧାନସଭା ପୂର୍ବରୁ କରୋନା ଟେଷ୍ଟ, ୧୩୬ ପଜିଟିଭ

‘ରାଜଧାନୀର ଧାରଣା ସ୍ଥଳରେ କଡ଼ାକଡ଼ି ହେବ କୋଭିଡ୍‌ ନିୟମ’

ଭୁବନେଶ୍ୱରରେ କରୋନା ସ୍ଥିତି: ୟୁନିଟ୍‌-୯ରୁ ୧୭, ୟୁନିଟ୍‌-୮ ଓ ଶୈଳଶ୍ରୀ ବିହାରରୁ ୧୨ ଲେଖାଏଁ ଚିହ୍ନଟ

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା!

ବଳି ପଡ଼ିପାରନ୍ତି ବିଜେଡି ବିଧାୟକ ଉମା : ତାରା

ରାଜ୍ୟ ସରକାରଙ୍କ କୋଭିଡ୍‌ ଗୁମର ଖୋଲିଲେ ବିଜେଡି ବିଧାୟକ