କଟକ: ଆଇନଜୀବୀ ହେମନ୍ତ ସାହୁଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରି ଧାରଣା ଦେଇଥିଲେ। ଏ ନେଇ ଗତକାଲି ହାଇକୋର୍ଟ ବାର ଆସୋସିଏସନରେ ନିଷ୍ପତ୍ତି ହୋଇଥିଲା। ଏପରି କି ଗତକାଲି ଅପରାହ୍ନରୁ ହାଇକୋର୍ଟ ବାର ଆସୋସିଏସନ କୋର୍ଟ ବର୍ଜନ କରିଥିଲା। ସେପଟେ ଆନ୍ଦୋଳନକୁ ଭୁବନେଶ୍ୱର ବାର ଆସୋସିଏସନ ମଧ୍ୟ ସମର୍ଥନ କରି କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।