ପୁଣି ଭାଇରାଲ ହେଲା ଆଉ ଜଣେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ପୋଲିସର ନାଲି ଆଖିକୁ ଖାତିର ନାହିଁ। ସୋସିଆଲ ମିଡ଼ିଆରେ ନିଲାମ ହେଉଛି ଝିଅଙ୍କ ଫୁଙ୍ଗୁଲା ଦେହ। ଘୂରିବୁଲିଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଗତ କିଛି ଦିନ ଭିତରେ କଲେଜ ଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି ଏପରି ଘଟଣା। ଏଥର ଛାତ୍ରୀଙ୍କ ପ୍ରେମିକ ଏପରି କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ନିଜ ଫେସ୍‌ବୁକ୍‌ରେ ପ୍ରେମିକାର ଫଟୋ ଅପ୍‌ଲୋଡ଼ କରିବା ପରେ ଆରମ୍ଭ ହୋଇଛି ତନାଘନା। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ। […]

viral

viral

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 05:39 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ପୋଲିସର ନାଲି ଆଖିକୁ ଖାତିର ନାହିଁ। ସୋସିଆଲ ମିଡ଼ିଆରେ ନିଲାମ ହେଉଛି ଝିଅଙ୍କ ଫୁଙ୍ଗୁଲା ଦେହ। ଘୂରିବୁଲିଛି ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଗତ କିଛି ଦିନ ଭିତରେ କଲେଜ ଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି ଏପରି ଘଟଣା। ଏଥର ଛାତ୍ରୀଙ୍କ ପ୍ରେମିକ ଏପରି କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ନିଜ ଫେସ୍‌ବୁକ୍‌ରେ ପ୍ରେମିକାର ଫଟୋ ଅପ୍‌ଲୋଡ଼ କରିବା ପରେ ଆରମ୍ଭ ହୋଇଛି ତନାଘନା। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ। ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଯୁକ୍ତ ୩ ପ୍ରଥମ ଏହି ବର୍ଷର ଛାତ୍ରୀଙ୍କ ଅଶ୍ଲୀଳ ଫଟୋକୁ ତାଙ୍କ ପ୍ରେମିକ ନିଜ ଫେସ୍‌ବୁକ ଆଇଡିରେ ଅପ୍‌ଲୋକ କରିଥିବା ଅଭିଯୋଗ ହୋଇଛି। ପରେ ଏହି ସବୁ ଫଟୋ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲିଥିଲା। ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ପୋଲିସ ଅଶ୍ଲୀଳ ଫଟୋ ଭାଇରାଲ୍‌ କରିଥିବା ପ୍ରେମିକକୁ ଗିରଫ କରିବା ପାଇଁ ଦେଉଳଟାଙ୍ଗୀ ଯାଇଥିଲା। ଏହି ସମୟରେ ସମ୍ପୃକ୍ତ ଯୁବକଙ୍କ ପରିବାର ଓ ଗାଁ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ। ଏହାର ସୁଯୋଗ ନେଇ ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୋଲିସ ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ଛାତ୍ରୀ ମଧ୍ୟ ଫେରାର ହୋଇଛି। ବର୍ତ୍ତମାନ କହିବାକୁ ଗଲେ ପ୍ରେମିକ ଓ ପ୍ରେମିକା ଉଭୟେ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos