ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ପ୍ରସଙ୍ଗରେ ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିବାକୁ ନେଇ ହଟ୍ଟଗୋଳ ହୋଇଥିଲା। ଆଜି ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା ବେଳେ ଉଭୟ ଶାସକ ଓ ବିରୋଧୀ ହୋହାଲ୍ଲା କରିଥିଲେ। ଫଳରେ ବିତର୍କ ସୁରୁଖୁରୁରେ ଚାଲିପାରି ନ ଥିଲା। ପରେ ସାଂଦ ମହତାବ ଏହି ପ୍ରସଙ୍ଗରେ ନିଜ ମତ ରଖି ଦେଶର ନିରାପତ୍ତା ସହ ଏହି ଦୁର୍ନୀତିର ସମ୍ପର୍କ ଥିବାରୁ ଏହାକୁ ରାଜନୀତିକରଣ କରା ନ ଯାଉ ବୋଲି କହିଥିଲେ।
ତେବେ ବିଜେଡିକୁ କିପରି ଏହି ପ୍ରସଙ୍ଗରେ କହିବାକୁ ଅନୁମତି ଦିଆଗଲା ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ବାଚସ୍ପତି କହିଥିଲେ ଯେ ବିଜେପି ଓ କଂଗ୍ରେସ ନେତା କହୁଥିବା ବେଳେ ଭୟ ଦଳର ସଦସ୍ୟମାନେ ହୋହାଲ୍ଲା କରିଥିଲେ। କିନ୍ତୁ ବିଜେଡି ନେତା କହିବା ବେଳେ ଅନ୍ୟମାନେ ଶାନ୍ତିର ସହ ବସିଥିଲେ। ତେଣୁ ତାଙ୍କୁ କହିବାକୁ ଅନୁମତି ଦିଆଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।