ଆହୁରି ୪ରୁ ୫ ଦିନ ବର୍ଷିବ: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ୱର:“ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଏହି ସମୟ ମଧ୍ୟରେ ପାରାଦୀପରେ ସର୍ବାଧିକ ୭୭.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।” ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ। […]

heavy-rains

heavy-rains

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 08:44 PM IST

Sports

Latest News

ଭୁବନେଶ୍ୱର:“ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଏହି ସମୟ ମଧ୍ୟରେ ପାରାଦୀପରେ ସର୍ବାଧିକ ୭୭.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।”

ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ।

ସେ କହିଛନ୍ତି,“ରାଜସ୍ଥାନର ଅନୁପଗଡରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଟ୍ରଫ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏହି ଟ୍ରଫ ଲାଇନ୍‌ ଯୋଗୁଁ ଲାଗାତାର ବର୍ଷା ନ ହେଲେ ବି ଝିପି ଝିପ୍‌ ବର୍ଷା ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ସ୍ଥଳ ବିଶେଷରେ ଭିନ୍ନ ରହିଥିବାରୁ ସମୁଦ୍ର ଅଶାନ୍ତ ରହିଛି। ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।”

ଅବିଶ୍ରାନ୍ତ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲାର ସଞ୍ଜ ଓ ଦେଓ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଉଦଳାରୁ ବାରିପଦା ରାସ୍ତାର ଅଦାପାଳ ଓ ବୃନ୍ଦାଗଡି ପୋଲ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦେଓ ନଦୀରେ ବନ୍ୟାଯୋଗୁଁ ଉଦଳା ଓ ବାଲେଶ୍ୱର ମଧ୍ୟରେ ସଡକ ଯୋଗାଯୋଗ ଛିନ୍ନ ହୋଇଛି।

ପାହାଡରୁ ବର୍ଷାଜଳ ବୋହିବାରୁ ନୀଳଗିରି ସହରର ବଡଦାଣ୍ଡ ଓ ଅନେକ ଚଳିଆ ଅଞ୍ଚଳ ପାଣିରେ ବୁଡିଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଲୋକଙ୍କ ଘରେ ଓ ଦୋକାନରେ ପାଣି ପଶିଥିବା ଖବର ମିଳିଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବୋରିଗି ଓ ଲଙ୍ଗଳବେଡା ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଏଠାକୁ ଯୋଗ କରୁଥିବା ପୋଲ ଧୋଇଯିବାରୁ ଗମନଗମନରେ ଅସୁବିଧା ସୃଷ୍ଟି ହୋଇଛି।

ପୁରୀରେ ପ୍ରବଳ ବର୍ଷା ହେବାରୁ ଡାକ୍ତରଖାନା ଛକରେ ଡ୍ରେନ୍‌ ଓ ବର୍ଷାପାଣି ଏକାକାର ହୋଇଛି। ଅପରିଷ୍କାର ପାଣି ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ତାନୀୟ ବାସିନ୍ଦା ଓ ପର୍ଯ୍ୟଟକ। ସେହିପରି ବଳଗଣ୍ଡି ଛକ, ବଡଶଙ୍ଖ ଓ ବଡଦାଣ୍ଡ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ହୋଇଛି। ଡ୍ରେନେଜ୍‌ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି।

ସେହିପରି କଟକ, ଭୁବନେଶ୍ୱର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିରେ ମଧ୍ୟ ଅବିଶ୍ରାନ୍ତ ବର୍ଷା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos