ସୁଶାସନ ଦିବସରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଭଲପାଇବା ଓ ଶ୍ରଦ୍ଧା ଥିଲା। ଏମ୍‌ସ ଭୁବନେଶ୍ୱରର ପ୍ରତିଷ୍ଠା ହେଉ କିମ୍ବା ଅନ୍ୟାନ୍ୟ ଏକାଧିକ ବୃହତ୍‌ ବିକାଶମୂଳକ ପ୍ରକଳ୍ପ ପାଇଁ ଶ୍ରୀ ବାଜପେୟୀ ସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ଅମର ହୋଇ ରହିବେ। ଏହାକୁ ମନେ ପକାଇ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କ ୯୭ତମ ଜନ୍ମବାର୍ଷିକୀ ତଥା ସୁଶାସନ ଦିବସ ଅବସରରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। […]

aiims

aiims

Hemant Lenka
  • Published: Saturday, 25 December 2021
  • Updated: 25 December 2021, 08:09 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଭଲପାଇବା ଓ ଶ୍ରଦ୍ଧା ଥିଲା। ଏମ୍‌ସ ଭୁବନେଶ୍ୱରର ପ୍ରତିଷ୍ଠା ହେଉ କିମ୍ବା ଅନ୍ୟାନ୍ୟ ଏକାଧିକ ବୃହତ୍‌ ବିକାଶମୂଳକ ପ୍ରକଳ୍ପ ପାଇଁ ଶ୍ରୀ ବାଜପେୟୀ ସର୍ବଦା ଓଡ଼ିଶାବାସୀଙ୍କ ହୃଦୟରେ ଅମର ହୋଇ ରହିବେ।

ଏହାକୁ ମନେ ପକାଇ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କ ୯୭ତମ ଜନ୍ମବାର୍ଷିକୀ ତଥା ସୁଶାସନ ଦିବସ ଅବସରରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଏହି ଅବସରରେ ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଭୁବନେଶ୍ୱରରେ ଏମ୍‌ସ ପ୍ରତିଷ୍ଠା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଥିବା ଯୋଗଦେଇଥିବା ଅତିଥିମାନେ ମତ ଦେଇଛନ୍ତି। ପୂରା ଦେଶ ଆଜି ସ୍ୱର୍ଗତ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବେ ପାଳନ କରୁଛି। ଭୁବନେଶ୍ୱର ଏମ୍ସ ମଧ୍ୟ ଏଥିରୁ ବାଦ ପଡ଼ିନି।

ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ୍ସ) ପ୍ରଫେସର ଦେବାଶିସ ହୋତା, ଡେପୁଟି ଡାଇରେକ୍ଟର (ଆଡମିନିଷ୍ଟ୍ରେସନ୍) ପିକେ ରାୟ, ଭାରପ୍ରାପ୍ତ ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଅଶୋକ ଜେନା ଓ ମେଜର ଏମସି ସାହୁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏଥିସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହି ଶ୍ରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏମ୍‌ସ ଭୁବନେଶ୍ୱର ପରିସରରେ ସ୍ୱର୍ଗତ ବାଜପେୟୀଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ରେ ଏମ୍‌ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହା ଦେଶର ଦ୍ୱିତୀୟ ଓ ଏକମାତ୍ର ଏମ୍‌ସ ଯାହାର ଭିତ୍ତିପ୍ରସ୍ଥର ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଭାରତରତ୍ନ ଶ୍ରୀ ବାଜପେୟୀଙ୍କ ଜନ୍ମବାର୍ଷିକୀକୁ ସ୍ୱତନ୍ତ୍ର କରିବାକୁ ଏମ୍‌ସ ଭୁବନେଶ୍ୱରର ଜାତୀୟ ସେବା ସଂସ୍ଥା(ଏନଏସଏସ) ପକ୍ଷରୁ କ୍ୟାମ୍ପସ୍‌ ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।

ଏମ୍‌ସ ମୁଖ୍ୟ ରାସ୍ତା କଡ଼ରେ ଥିବା ଅପରିଷ୍କାର ଅଞ୍ଚଳକୁ ଏନଏସଏସ ସ୍ୱେଚ୍ଛାସେବୀ, ଏମ୍‌ସ ପରିଚ୍ଛନ୍ନ କର୍ମଚାରୀ ଓ ୟୁଥ୍‌ ଫର୍ ସେବାର ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସଫା କରାଯାଇଥିଲା। ଏଥିରେ ବିଭିନ୍ନ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ।

ଏମ୍‌ସ ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ପରିଣତ ହେବା ସହିତ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି। ଏହି ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ରେସିଡେଣ୍ଟ ଡାକ୍ତର, ନର୍ସିଂ ଅଧିକାରୀ, ଛାତ୍ର ଓ କର୍ମଚାରୀ ଭାରତରତ୍ନ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏମ୍‌ସ ଭୁବନେଶ୍ୱରକୁ ସଫଳତାର ଶିଖରକୁ ନେବା ସହିତ ଗରିବ ଓ ବଞ୍ଚିତଙ୍କ ସେବା କରିବାକୁ ପ୍ରତିଜ୍ଞାବଦ୍ଧ।

ଅତିରିକ୍ତ ପ୍ରଫେସର (ଆନାଟୋମି) ଡ. ପ୍ରଭାସ ରଂଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି, ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos