ଆଇନମନ୍ତ୍ରୀ ଓ ଶାସକ ଦଳ ଉପ ମୁଖ୍ୟସଚେତକଙ୍କୁ ବାଚସ୍ପତିଙ୍କୁ ତାଗିଦ: ଗୃହକୁ ମାଛହାଟ କରନାହିଁ

ଭୁବନେଶ୍ୱର: ଆଇନମନ୍ତ୍ରୀ ଓ ଶାସକ ଦଳ ଉପ ମୁଖ୍ୟସଚେତକଙ୍କୁ ସେମାନଙ୍କ ବିଶୃଙ୍ଖଳା ଲାଗି ବାଚସ୍ପତିଙ୍କ ତାଗିଦ କରିଛନ୍ତି। ବିଧାନସଭା ଶୂନ୍ୟକାଳରେ ଆଇନମନ୍ତ୍ରୀ ଅରୁଣ ସାହୁ ନିଜ ଆସନରେ ନ ବସି ଅନ୍ୟ ବିଧାୟକଙ୍କ ସହ କଥା ହେଉଥିବାରୁ ଗୃହକୁ ମାଛ ହାଟ ନ କରିବା ପାଇଁ ତାଙ୍କୁ ବାଚସ୍ପତି ତାଗିଦ କରିଥିଲେ। ସେହିପରି ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ମଧ୍ୟ ନିଜ ଆସନରେ ନ ବସି ଅନ୍ୟ ବିଧାୟକଙ୍କ ସହ କଥା ହେଉଥିବାରୁ ବାଚସ୍ପତି ତାଙ୍କୁ ଆସନରେ ବସିବା ପାଇଁ ତାଗିଦ କରିଥିଲେ। ଶାସକ ଦଳର ବିଧାୟକଙ୍କ ଏଭଳି ବିଶୃଙ୍ଖଳିତ ଆଚରଣକୁ ବିରୋଧୀ ନାପସନ୍ଦ କରିଛନ୍ତି।