ଭୁବନେଶ୍ୱରରୁ ସିଧାସଳଖ ମାଲେସିଆ, ଆଜିଠାରୁ ଏୟାର ଏସିଆର ଅନ୍ତର୍ଜାତୀୟ ଉଡ଼ାଣ

ଆଜିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେବ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା। ଆଜି ରାତି ୧୧ଟା ୫୫ରେ ମାଲେସିଆର କ୍ୱାଲାଲୁମ୍ପୁର ଅଭିମୁଖେ ଏୟାର ଏସିଆ ବିମାନ ଉଡ଼ାଣ ଆରମ୍ଭ କରିବ। ଏହା ପୂର୍ବରୁ ରାତି ପ୍ରାୟ ୧୧ଟା ୨୫ରେ କୁଆଲାଲୁମ୍ପୁରରୁ ଏୟାର ଏସିଆର ବିମାନ ଆସି ଭୁବନେଶ୍ୱରରେ ଅବତରଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୪ ଦିନ ମିଳିବ ଏହି ଆନ୍ତର୍ଜାତିକ ବିମାନ ସେବା। ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର […]

air asia

air asia

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 11:11 PM IST

Sports

Latest News

ଆଜିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେବ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା। ଆଜି ରାତି ୧୧ଟା ୫୫ରେ ମାଲେସିଆର କ୍ୱାଲାଲୁମ୍ପୁର ଅଭିମୁଖେ ଏୟାର ଏସିଆ ବିମାନ ଉଡ଼ାଣ ଆରମ୍ଭ କରିବ। ଏହା ପୂର୍ବରୁ ରାତି ପ୍ରାୟ ୧୧ଟା ୨୫ରେ କୁଆଲାଲୁମ୍ପୁରରୁ ଏୟାର ଏସିଆର ବିମାନ ଆସି ଭୁବନେଶ୍ୱରରେ ଅବତରଣ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ୪ ଦିନ ମିଳିବ ଏହି ଆନ୍ତର୍ଜାତିକ ବିମାନ ସେବା। ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଏହି ବିମାନ ଯାତାୟତ କରିବ। ଏହି ବିମାନରେ ଉଡ଼ାଣ ପାଇଁ ବେଶ୍‌ ଉତ୍ସାହିତ ଥିଲେ ଓଡ଼ିଶାବାସୀ। ସେଥିପାଇଁ କେବଳ ଆଗାମୀ ୬ ମାସ ପାଇଁ ବୁକିଂ ଜୋରଦାର ହୋଇଥିବା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।

ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘ ସଭାପତି କହିଛନ୍ତି, “ସମସ୍ତ ଏୟାର ଏସିଆ ଯାତ୍ରୀଙ୍କୁ ହୋଟେଲମାନଙ୍କରେ  ୨୫ରୁ ୩୦ ପ୍ରତିଶତ ରିହାତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।”

୨୦୧୩ର ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପାଇଥିଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos