ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ। ଆସନ୍ତା ଜୁନ୍ ପହିଲାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଉଡ଼ାଣ ଭରିବ। ଏହାସହ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ରାୟପୁରକୁ ବିମାନ ଚଳାଚଳ କରିବ। ଏନେଇ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଏସ୍‌କେ ଚୌହ୍ୱାନ।

ସେହିପରବର୍ତ୍ତୀ ସମୟରେ ଝାରସୁଗୁଡ଼ାରୁ କୋଲକାତା ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି। ଆଲିଏନ୍ସ ଏୟାର ତରଫରୁ ATR-72 ବିମାନ ଚଳାଚଳ କରାଯିବ।  ଏହି କମ୍ପାନୀ ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାଏରି ସଂସ୍ଥା।