ସୋମବାରଠୁ ଏୟାର ଓଡ଼ିଶାର ବିମାନ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଏୟାର ଓଡ଼ିଶା ଏହାର ସମସ୍ତ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସରକାରଙ୍କ ସହ ଚୁକ୍ତି ଅନୁସାରେ ଇନ୍ଧନ, ଟ୍ୟାକ୍‌ସ ଓ ଅନ୍ୟ କେତେକ କ୍ଷେତ୍ରରେ ସବ୍‌ସିଡ଼ି ନ ମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏୟାର ଓଡ଼ିଶାର ଏୟାରପୋର୍ଟ ମ୍ୟାନେଜର ଯୋଶେଫ୍‌ ନାୟକ କହିଛନ୍ତି, “ସରକାରଙ୍କ ପକ୍ଷରୁ ଏୟାର ଟ୍ରାଫିକ୍‌ ନେଇ ସବ୍‌ସିଡ଼ି ମିଳି ପାରି ନ ଥିବାରୁ ବିମାନ ଚଳାଚଳକୁ ବାତିଲ୍ କରାଯାଇଛି। ଆଜି […]

air-odisha

air-odisha

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 03:11 PM IST

Sports

Latest News

air-odishaଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ଏୟାର ଓଡ଼ିଶା ଏହାର ସମସ୍ତ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସରକାରଙ୍କ ସହ ଚୁକ୍ତି ଅନୁସାରେ ଇନ୍ଧନ, ଟ୍ୟାକ୍‌ସ ଓ ଅନ୍ୟ କେତେକ କ୍ଷେତ୍ରରେ ସବ୍‌ସିଡ଼ି ନ ମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଏୟାର ଓଡ଼ିଶା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏୟାର ଓଡ଼ିଶାର ଏୟାରପୋର୍ଟ ମ୍ୟାନେଜର ଯୋଶେଫ୍‌ ନାୟକ କହିଛନ୍ତି, “ସରକାରଙ୍କ ପକ୍ଷରୁ ଏୟାର ଟ୍ରାଫିକ୍‌ ନେଇ ସବ୍‌ସିଡ଼ି ମିଳି ପାରି ନ ଥିବାରୁ ବିମାନ ଚଳାଚଳକୁ ବାତିଲ୍ କରାଯାଇଛି। ଆଜି ସକାଳୁ ଭୁବନେଶ୍ୱର-ସମ୍ବଲପୁର ଓ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି। ଆଗାମୀ ଦିନ ମାନଙ୍କରେ ମଧ୍ୟ ଏହା ବଳବତ୍ତର ରହିବ। ଏହି ନିଷ୍ପତ୍ତି ମୁଖ୍ୟାଳୟରୁ ହୋଇଛି। ଭୁବନେଶ୍ୱର-ସମ୍ବଲପୁର, ଭୁବନେଶ୍ୱର-ରାଉରକେଲା ଓ ଭୁବନେଶ୍ୱର- ଜୟପୁର ବିମାନ ସେବା ବନ୍ଦ ହେବ। ସୋମବାରଠାରୁ ଏୟାର ଓଡ଼ିଶାର ବିମାନ ଉଡାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।”

 ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos