ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ। ଏ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଛକରେ ବିଜୁ ବାବୁଙ୍କ ଏକ ୧୮ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ଏହି ପ୍ରତିମୂର୍ତ୍ତି ପାଇଁ ପ୍ରାୟ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ଏହାସହ ବିମାନବନ୍ଦରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଏକ ସାଣ୍ଡ୍ ଆର୍ଟ ଉନ୍ମୋଚନ କରାଯାଇଛି। ପ୍ରତ୍ୟେକ ୧୫ ଦିନ ଅନ୍ତରରେ ବର୍ଷେ ପର୍ଯ୍ୟନ୍ତ ଏହି ସ୍ୟାଣ୍ଡ୍ ଆର୍ଟ ଅନୁଷ୍ଠିତ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହିଛନ୍ତି। ଏଥିରେ ବିଭିନ୍ନ ଥିମ୍ ରହିବ। ଆଜି ବିଜୁ ବାବୁଙ୍କ ଥିମ୍ ଉପରେ ବାଲୁକା କଳା ତିଆରି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।