୬୦ ବର୍ଷରେ ପଦାର୍ପଣ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ଆଜି ୬୦ ବର୍ଷରେ ପଦାର୍ପଣ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ। ଏହି ଅବସରରେ ବୋର୍ଡର ସମସ୍ତ ରେକର୍ଡ ଡିଜିଟାଇଜେସନ୍ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ୧୯୫୫ରୁ ୨୦୧୫ ଦୀର୍ଘ ୬୦ ବର୍ଷ ମଧ୍ୟରେ ବୋର୍ଡ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟର ଡିଜିଟାଇଜେସନ୍ ହେବ। ପିଲାମାନଙ୍କ ମାର୍କ ସେମାନେ କେଉଁ ଡିଭିଜନରେ ପାସ୍ କରିଛନ୍ତି କେଉଁ ସ୍କୁଲରେ ପଢୁଥିଲେ କେଉଁ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଆଦି ସମସ୍ତ ତଥ୍ୟ ଏଥିରେ ରହିବ।

 ଫଳରେ ସମସ୍ତ ତଥ୍ୟ ସୁରକ୍ଷିତ ରହିବା ସହ ଡ୍ଲୁପିକେଟ୍ ସାର୍ଟିଫିକେଟ୍ ଓ ମାର୍କିସିଟ୍ ପ୍ରଦାନରେ ସୁବିଧା ହେବ। ଏହି ଯୋଜନାରେ ପ୍ରାୟ ୪ରୁ ୫ କୋଟି ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛି।