ଆଜି ଆଠମଲ୍ଲିକ ବନ୍ଦ

ଅନୁଗୋଳ: ବସ୍‌ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ  ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଡ୍ରାଇଭରଙ୍କୁ ଗିରଫ ଦାବିରେ କଲେଜ ଛାତ୍ର ସଙ୍ଗଠନ ଓ ସାଧାରଣ ଲୋକେ ଆଜି ଆଠମଲ୍ଲିକ୍‌ ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ଓ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ରହିଛି।

 ଏହାସହିତ ମୃତକଙ୍କ ସ୍ମୃତିରେ ଆଠମଲ୍ଲିକ୍‌ରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି।