ଆଜି ବିଜୟା ଦଶମୀ: ସାରା ରାଜ୍ୟରେ ଉତ୍ସବର ମାହୋଲ, ରାବଣ ପୋଡି ଲାଗି ପ୍ରସ୍ତୁତି ଶେଷ

ଭୁବନେଶ୍ୱର/କଟକ/ବାଲେଶ୍ୱର: ଆଜି ବିଜୟା ଦଶମୀ। ସାରା ରାଜ୍ୟରେ ଉତ୍ସବର ମାହୋଲ । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ସେପଟେ ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହେଉଛି ବିଜୟା ଦଶମୀ। ଏହି ଅବସରରେ ଅନ୍ୟାୟ ଓ ଅଧର୍ମର ପ୍ରତୀକ ରାବଣର ପ୍ରତମୂର୍ତ୍ତିକୁ ପୋଡ଼ାଯିବାର ପରମ୍ପରା ରହିଛି। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡି ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି । […]

puja-300x227

puja-300x227

Rakesh Mallick
  • Published: Friday, 23 October 2015
  • Updated: 23 October 2015, 12:39 PM IST

Sports

Latest News

ଭୁବନେଶ୍ୱର/କଟକ/ବାଲେଶ୍ୱର: ଆଜି ବିଜୟା ଦଶମୀ। ସାରା ରାଜ୍ୟରେ ଉତ୍ସବର ମାହୋଲ । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ସେପଟେ ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହେଉଛି ବିଜୟା ଦଶମୀ। ଏହି ଅବସରରେ ଅନ୍ୟାୟ ଓ ଅଧର୍ମର ପ୍ରତୀକ ରାବଣର ପ୍ରତମୂର୍ତ୍ତିକୁ ପୋଡ଼ାଯିବାର ପରମ୍ପରା ରହିଛି। ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡି ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି । ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି।

ଭୁବନେଶ୍ୱରର ଝାରପଡ଼ା ପୂଜା କମିଟି ପକ୍ଷରୁ ରାବଣ ପୋଡି ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି । ରାତି ପ୍ରାୟ ୯ଟାରେ ଏଠାରେ ରାବଣ ପୋଡି ଅନୁଷ୍ଠିତ ହେବ । ସେହିପରି ସହିଦନଗର ସାଢେ ୭ଟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମହିଳାମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏଥିପାଇଁ ମହିଳା ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ରାବଣ ପୋଡି ପଡିଆରେ ୨୦ଟି ସିସିଟିଭି କ୍ୟାମେରା ରଖାଯାଇଛି । ପୋଲିସ ପ୍ରଶାସନ ପାଖରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହାସହ କମିଟି ପକ୍ଷରୁ ୨୦୦ ଭଲେଣ୍ଟରଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ନୟାପଲ୍ଲୀ ପୂଜା କମିଟି ପକ୍ଷରୁ ରାବଣ ପୋଡ଼ି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ପଟିଆରେ ୬୦ ଫୁଟ୍ ଉଚ୍ଚର ରାବଣ ତିଆରି ହୋଇଛି। ଭୁବନେଶ୍ୱରରେ ହେଉଥିବା ରାବଣ ପୋଡ଼ି ମଧ୍ୟରୁ ପଟିଆ ଅଞ୍ଚଳର ରାବଣ ପୋଡି ବେଶ୍ ଆକର୍ଷଣୀୟ ହୋଇଥାଏ। ରାବଣ ପୋଡି ସାଙ୍ଗକୁ ଆଖି ଝଲସିଲା ଭଳି ଆତସବାଜି। ଖାଲି ସେତିକି ନୁହେଁ ଆତସବାଜି ପ୍ରତିଯୋଗିତା ହୋଇଥାଏ। ଯେଉଁଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଣୁଆ ଭାଗ ନେଇଥାନ୍ତି। ପ୍ରତିଯୋଗିତା ଶେଷରେ ପୁରସ୍କୃତ କରାଯାଇଥାଏ।

କଟକ ଖାନନଗରରେ ମଧ୍ୟ ବେଶ ଜାକଜମକରେ ମା’ଙ୍କ ପୂଜା ସରିଛି । ଅପରାଜିତା ପୂଜା ପରେ ମା’ଙ୍କ ବିସର୍ଜନ କରାଯାଇଛି । ମା’ଙ୍କ ପୂଜା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ପୂଜା କମିଟି ସମ୍ପାଦକ କହିଛନ୍ତି । ବାଲେଶ୍ୱର ଜିଲ୍ଲା ଫାଣ୍ଡିଛକ ପୂଜା ମା’ ଜଗତଜନନୀଙ୍କ ଅପରାଜିତ ପୂଜା ସରିଛି । ନିର୍ମାଲ୍ୟବାସିନୀ ପୂଜା ପରେ ମା୩ଙ୍କ ବିସର୍ଜନ କରାଯିବ । ତେବେ ଏଠାରେ ପରମ୍ପରା ଅନୁସାରେ ଆଖଡା ଖେଳ ଆୟୋଜିତ ହେବ । ଏଥିରେ ୩୨ଟି ଆଖଡାଦଳ ଅଂଶଗ୍ରହଣ କରିବେ । ରାତି ସାଢେ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଆଖଡା ଖେଳ ଅନୁଷ୍ଠିତ ହେବ । ଏଥିପାଇଁ ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ସାରଥି କ୍ଲବ ପକ୍ଷରୁ ମା’ଙ୍କ ପୂଜା ସମାପନ ହୋଇଛି । ଏଠାରେ ଏକ ବଡ ମେଳା ଲାଗିଛି। ଆଜି ଏଠାରେ ସୁନ୍ଦୁର ଖେଳ ଅନୁଷ୍ଠିତ ହେବ। ଏଥିରେ ମହିଳାମାନେ ଅଂଶଗ୍ରହଣ କରିବେ। ଏହି ଅବସରରେ ମହିଳାମାନେ ମା’ଙ୍କୁ ଶାଢ଼ି ଓ ସିନ୍ଦୁର ଅର୍ପଣ କରି ପରିବାରର ସୁଖଶାନ୍ତି ଭିକ୍ଷା କରିଥା’ନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos