୧୮ତମ ପ୍ରତିଷ୍ଠା ଦିବସ ପାଳିଲା ବିଜେଡି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ତାର ୧୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ସହ ୩୨ଟି ସାଂଗଠନିକ ଜିଲ୍ଲାରେ ଏହା ପାଳିତ ହୋଇଯାଇଛି। ଭୁବନେଶ୍ୱର ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ୨୦୩୬ ମସିହା ବେଳକୁ ଓଡ଼ିଶାକୁ ସବୁ ଦୃଷ୍ଟିରୁ ବିକଶିତ କରିବା ପାଇଁ ଓଡ଼ିଶା ଆଟ୍ ହଣ୍ଡ୍ରେଡ୍ ନାଁରେ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ପୁଣି ଥରେ କେନ୍ଦ୍ରୀୟ ଅବହେଳା କଥାକୁ ଦୋହରାଇଛନ୍ତି। କେନ୍ଦ୍ରରେ ଯେତେବେଳେ ଯିଏ ବି […]

bjd

bjd

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 11:17 AM IST

Sports

Latest News

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ତାର ୧୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ସହ ୩୨ଟି ସାଂଗଠନିକ ଜିଲ୍ଲାରେ ଏହା ପାଳିତ ହୋଇଯାଇଛି। ଭୁବନେଶ୍ୱର ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ୨୦୩୬ ମସିହା ବେଳକୁ ଓଡ଼ିଶାକୁ ସବୁ ଦୃଷ୍ଟିରୁ ବିକଶିତ କରିବା ପାଇଁ ଓଡ଼ିଶା ଆଟ୍ ହଣ୍ଡ୍ରେଡ୍ ନାଁରେ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ପୁଣି ଥରେ କେନ୍ଦ୍ରୀୟ ଅବହେଳା କଥାକୁ ଦୋହରାଇଛନ୍ତି। କେନ୍ଦ୍ରରେ ଯେତେବେଳେ ଯିଏ ବି ରହୁଛନ୍ତି, ସବୁବେଳେ ସବୁକ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି ବୋଲି ସେ କହିଥିଲେ।

ଚଳିତବର୍ଷ ରାଜ୍ୟରେ ମରୁଡ଼ି ଓ ଚାଷୀ ମୃତ୍ୟୁ କାରଣରୁ ଦଳ ଏଥର ପ୍ରତିଷ୍ଠା ଦିବସ ଉତ୍ସବକୁ ନିରାଡ଼ମ୍ୱର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ବିଶେଷକରି ଉତ୍ସବକୁ ଚାଷୀମାନଙ୍କ ଲାଗି ଉତ୍ସର୍ଗୀକୃତ କରାଯାଇଛି। ଆୟୋଜିତ ଉତ୍ସବରେ ଚାଷୀମାନଙ୍କ ଲାଗି ରାଜ୍ୟ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଛି।

ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ  ଏ ବର୍ଷ ଦଳର ପ୍ରତିଷ୍ଠା ଦିବସ ଜିଲ୍ଲା ସ୍ତରରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ। ଉତ୍ସବରେ ଦଳର କର୍ମକର୍ତ୍ତା, ସମର୍ଥକ, ଜିଲ୍ଲା କମିଟି ସଦସ୍ୟ ଓ ଜିଲ୍ଲାର ମନ୍ତ୍ରୀମାନେ ଉପସ୍ଥିତ ରହିବେ। ଏଥର ଦଳର ପ୍ରତିଷ୍ଠା ଦିବସକୁ ରାଜ୍ୟର ଚାଷୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କାରଣ ଚଳିତ ବର୍ଷ ରାଜ୍ୟରେ ଭୟଙ୍କର ମରୁଡ଼ି ପଡ଼ିଛି ଓ ଚାଷୀକୁଳ ଅତ୍ୟନ୍ତ ଦୁଃଖରେ ଅଛନ୍ତି। ସେହିପରି ଉତ୍ସବରେ ବିଶେଷ କରି ଚାଷୀମାନଙ୍କ ଉପରେ ହିଁ ଆଲୋଚନା କରାଯିବ। ଅନ୍ୟାନ୍ୟ ସବୁ ବିଷୟରେ ଆଲୋଚନା କରାଗଲେ ମଧ୍ୟ ଫୋକସରେ ରହିବ ଚାଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos