ଆଜି ମୁଖ୍ୟମନ୍ତ୍ରୀଙ୍କ ତାଳଚେର ଗସ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ତାଳଚେର ସମେତ ଅନୁଗୋଳ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଇ ତାଳଚେର ସ୍ଥିତ ଫ୍ରେଣ୍ଡସ୍ କ୍ଲବ୍ ପଡ଼ିଆରେ ପହଞ୍ଚିବେ। ତାଳଚେର ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ସେଠାରେ ନବନିର୍ମିତ ବିଜୁ ପଟ୍ଟନାୟକ ପ୍ରଶିକ୍ଷଣ ତାଲିମ ସଂସ୍ଥାର ଉଦ୍‌ଘାଟନ  କରିବେ।

ଏହା ସହିତ  ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଫ୍ରେଣ୍ଡସ୍ କ୍ଲବ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।