ଆଇଆଇଏମ ନାମଲେଖା ପାଇଁ କମନ୍ ଆଡମିଶନ୍ ଟେଷ୍ଟ୍ ବା କ୍ୟାଟ୍ ପରୀକ୍ଷା

ଭୁବନେଶ୍ୱର: ସମ୍ୱଲପୁର ସମେତ ଦେଶର ୧୯ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମରେ ନାମଲେଖା ପାଇଁ ଆଜି କମନ୍ ଆଡମିଶନ୍ ଟେଷ୍ଟ କ୍ୟାଟ୍ ପରୀକ୍ଷା ହୋଇଛି। ପ୍ରଥମ ସିଟିଂ ପୂର୍ବାହ୍ନ ୯ରୁ ମଧ୍ୟାହ୍ନ ୧୨ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୫ଟା ଯାଏଁ ହୋଇଥିଲା। ଚଳିତ ଥର ନୂଆ ଫର୍ମାଟରେ ଏହି ଏଣ୍ଟ୍ରାନ୍ସ ହୋଇଥିଲା। ନୂଆ ନିୟମ ଅନୁଯାୟୀ ପରୀକ୍ଷାର୍ଥୀ ସ୍କ୍ରିନ୍ କାଲକୁଲେଟର ବ୍ୟବହାର କରିଥିଲେ। ପିଲାମାନଙ୍କୁ ପୂର୍ବାପେକ୍ଷା ୧୦ମିନିଟ୍ ଅଧିକ ସମୟ ମିଳିଥିଲା। ମଲଟିପୁଲ୍ […]

med

med

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:47 PM IST

Sports

Latest News

ଭୁବନେଶ୍ୱର: ସମ୍ୱଲପୁର ସମେତ ଦେଶର ୧୯ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବା ଆଇଆଇଏମରେ ନାମଲେଖା ପାଇଁ ଆଜି କମନ୍ ଆଡମିଶନ୍ ଟେଷ୍ଟ କ୍ୟାଟ୍ ପରୀକ୍ଷା ହୋଇଛି। ପ୍ରଥମ ସିଟିଂ ପୂର୍ବାହ୍ନ ୯ରୁ ମଧ୍ୟାହ୍ନ ୧୨ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୫ଟା ଯାଏଁ ହୋଇଥିଲା। ଚଳିତ ଥର ନୂଆ ଫର୍ମାଟରେ ଏହି ଏଣ୍ଟ୍ରାନ୍ସ ହୋଇଥିଲା। ନୂଆ ନିୟମ ଅନୁଯାୟୀ ପରୀକ୍ଷାର୍ଥୀ ସ୍କ୍ରିନ୍ କାଲକୁଲେଟର ବ୍ୟବହାର କରିଥିଲେ। ପିଲାମାନଙ୍କୁ ପୂର୍ବାପେକ୍ଷା ୧୦ମିନିଟ୍ ଅଧିକ ସମୟ ମିଳିଥିଲା। ମଲଟିପୁଲ୍ ଚଏସ୍ ପ୍ରଶ୍ନ ସାଙ୍ଗକୁ ନନ୍ ମଲଟିପୁଲ୍ ଚଏସ୍ ପ୍ରଶ୍ନ ମଧ୍ୟ ରହିଥିଲା। ମଲଟିପୁଲ୍ ଚଏସ୍ ପ୍ରଶ୍ନରେ ମାଇନସ୍ ମାର୍କିଂ ରହିଛି। ଓଡ଼ିଶାର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ୱଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। କେବଳ ରାଜଧାନୀ ଭୁବନେଶ୍ୱରରେ ୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ସାରା ଦେଶରେ ୨ଲକ୍ଷ ୧୮ହଜାର ୬୬୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos