ସହଯୋଗୀଙ୍କ ଘରୁ ବନ୍ଧୁକ ଜବତ ଘଟଣା: କୋର୍ଟରେ ହାଜର ହେଲେ ଡି’ବ୍ରଦର୍ସ

କଟକ: ଦୁଇ ସହଯୋଗୀ ସୋଲେଶ ସାହୁ ଓ ସଂଗ୍ରାମ ରାଉତରାୟଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ମାମଲାରେ ଆଜି ଡି’ବ୍ରଦର୍ସଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା। ସେଥିପାଇଁ ବଡ଼ ଭାଇ ସୁଶାନ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ଏବଂ ସାନଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍‌ରୁ କଟକ ଅଣାଯାଇଥିଲା। ଚୌଦ୍ୱାର ଜେଲ୍‌ରେ ଥିବା ସୋଲେଶ ସାହୁ ଓରଫ ଶୋଲା ଓ ସଂଗ୍ରାମ ରାଉତରାୟଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା। ସୋଲେଶ ଓ ସଂଗ୍ରାମଙ୍କ […]

d-brothers

d-brothers

Rakesh Mallick
  • Published: Friday, 27 May 2016
  • Updated: 27 May 2016, 10:08 AM IST

କଟକ: ଦୁଇ ସହଯୋଗୀ ସୋଲେଶ ସାହୁ ଓ ସଂଗ୍ରାମ ରାଉତରାୟଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ମାମଲାରେ ଆଜି ଡି’ବ୍ରଦର୍ସଙ୍କୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା। ସେଥିପାଇଁ ବଡ଼ ଭାଇ ସୁଶାନ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ଏବଂ ସାନଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍‌ରୁ କଟକ ଅଣାଯାଇଥିଲା।

ଚୌଦ୍ୱାର ଜେଲ୍‌ରେ ଥିବା ସୋଲେଶ ସାହୁ ଓରଫ ଶୋଲା ଓ ସଂଗ୍ରାମ ରାଉତରାୟଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

ସୋଲେଶ ଓ ସଂଗ୍ରାମଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ କମିଶନରେଟ୍ ପୋଲିସ୍ ଦୁଇଟି ମାମଲା ରୁଜୁ କରିଥିଲା। ଏହି ଦୁଇଟି ମାମଲାରେ ପୋଲିସ୍ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି।

ଆଜି ଶେଷ ଥର ପାଇଁ ଉଭୟ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲା ଏବେ ସେସନ୍ସ କୋର୍ଟରେ ପରିଚାଳିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos