ଆଜି ଧନତେରାସ

ଭୁବନେଶ୍ୱର: ଆଜି ଧନତେରାସ। ଆଜିର ଦିନରେ କିଛି ସୁନା କିଣିଲେ ମା’ ଲକ୍ଷ୍ମୀଙ୍କ ଆର୍ଶୀବାଦ ସହ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଧନତେରାସ୍ ପାଇଁ ବିଭିନ୍ନ ଅଳଙ୍କ।ର ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ଅଳଙ୍କାର ଦୋକାନରେ ଅଫର୍ ଲାଗିଛି। ତେବେ ବର୍ତ୍ତମାନର ଦୁର୍ବଳ ଆର୍ଥିକ ସ୍ଥିତି ଏବଂ କମ୍ ମୌସୁମୀ ବର୍ଷାଜନିତ ମରୁଡି ସ୍ଥିତି ଯୋଗୁ ସୁନା କିଣିବା ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ବିଗତ ବର୍ଷଠାରୁ ଚଳିତ ବର୍ଷ ସୁନା ରେଟ୍ ସାମାନ୍ୟ କମ୍ ରହିଛି। ଗତବର୍ଷ ଧନତେରସରେ ସୁନା ରେଟ୍ ୨୬ ହଜାର ୫୦୦ ଟଙ୍କା ଥିବାବେଳେ, ଏବର୍ଷ ଏହା ୨୫ ହଜାର ଟଙ୍କା ମଧ୍ୟରେ ରହିଛି।