କନ୍ଧମାଳ ଘଟଣା: ସ୍ଥିତି ଅନୁଧ୍ୟାନ କଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ମାଓବାଦୀ-ପୋଲିସ୍ ଗୁଳିବିନିମୟରେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିଦଳ କନ୍ଧମାଳ ଯାଇଥିଲା। ଦଳ କ୍ଷେତ୍ର ପରିଦର୍ଶନର ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ଦେବ ବୋଲି କହିଛି। ବସନ୍ତ ପଣ୍ଡା କହିଛନ୍ତି,“କେନ୍ଦ୍ରୀୟ ଟିମ୍‌ ବୁଧବାର ଉକ୍ତ ଗାଁକୁ ଯିବାକୁ ଥିବା ବେଳେ ଆମେ ଆମ ରିପୋର୍ଟ ତାଙ୍କୁ ପ୍ରଦାନ କରିବୁ। ଆମ ଦଳ ରାଜନୀତିରେ ବିଶ୍ୱାସ […]

kandhmala

kandhmala

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 07:57 PM IST

ଭୁବନେଶ୍ୱର: ମାଓବାଦୀ-ପୋଲିସ୍ ଗୁଳିବିନିମୟରେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିଦଳ କନ୍ଧମାଳ ଯାଇଥିଲା। ଦଳ କ୍ଷେତ୍ର ପରିଦର୍ଶନର ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ଦେବ ବୋଲି କହିଛି।

ବସନ୍ତ ପଣ୍ଡା କହିଛନ୍ତି,“କେନ୍ଦ୍ରୀୟ ଟିମ୍‌ ବୁଧବାର ଉକ୍ତ ଗାଁକୁ ଯିବାକୁ ଥିବା ବେଳେ ଆମେ ଆମ ରିପୋର୍ଟ ତାଙ୍କୁ ପ୍ରଦାନ କରିବୁ। ଆମ ଦଳ ରାଜନୀତିରେ ବିଶ୍ୱାସ କରେ ନାହିଁ। ଆମେ ସମାଜ ସେବାରେ ବିଶ୍ୱାସ କରୁ। ଏ ଘଟଣା ନେଇ ଆଜି ଆମେ ବନ୍ଦ ଡାକରା ଦେଇଥିଲୁ।”

ଏହି ପ୍ରତିନିଧି ଦଳରେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ପ୍ରଦୀପ ପୁରୋହିତ, ରବି ନାୟକ, ଗୋବିନ୍ଦ ଦାସ ଓ ପୂର୍ବତନ ବିଧାୟକ ମୋହନ ମାଝିଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଆଜି କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ ଯାଇ କନ୍ଧମାଳ ଘଟଣାର ଆହତଙ୍କୁ ଭେଟି ଥିଲେ। ସେ କହିଥିଲେ,“କନ୍ଧମାଳ ଘଟଣା ନିନ୍ଦନୀୟ। ଏ ପର୍ଯ୍ୟନ୍ତ ପୋଲିସ୍ ଡିଜି ଘଟଣାସ୍ଥଳକୁ ନ ଯିବା ଦୁର୍ଭାଗ୍ୟଜନକ।”

ସେ କହିଥିଲେ,“ଅନୁସୂଚିତ ଜନଜାତି କମିଶନଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାର ଏ ଘଟଣା ଉପରେ ଘଣ୍ଟଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି। ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।”

କନ୍ଧମାଳ ଘଟଣାର ଅନୁଧ୍ୟାନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ୩ ଜଣ ସାଂସଦଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଏଥିରେ ବିନୟ ସହସ୍ରବୁଦ୍ଧେ, ରାମବିଚାର ନେତମ ଓ ଜ୍ୟୋତି ଧୁର୍ବେ ସଦସ୍ୟ ରହିଛନ୍ତି। ସେମାନେ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରି ଦଳର ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos