ଆଜି କୋଣାର୍କ ନୃତ୍ୟ ଉତ୍ସବ

କୋଣାର୍କ: କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠାରୁ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆରମ୍ଭ ହେଉଛି । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆରମ୍ଭ ହେବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ୫ ଦିନ ଚାଲିବ। ଉଦଘାଟନୀ ସଂଧ୍ୟାରେ ଭୁବନେଶ୍ୱର ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀମାନେ ଓଡ଼ିଶୀ ପରିବେଷଣ କରିବେ। ସଂଧ୍ୟାର ଅନ୍ୟତମ ଆକର୍ଷଣ ହେବ ମଣିପୁର ଜବାହରଲାଲ ନେହେରୁ ଡ୍ୟାନ୍ସ […]

konark

konark

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 04:48 AM IST

Sports

Latest News

କୋଣାର୍କ: କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଆଜିଠାରୁ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ଉତ୍ସବ ଆରମ୍ଭ ହେଉଛି । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆରମ୍ଭ ହେବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ୫ ଦିନ ଚାଲିବ। ଉଦଘାଟନୀ ସଂଧ୍ୟାରେ ଭୁବନେଶ୍ୱର ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀମାନେ ଓଡ଼ିଶୀ ପରିବେଷଣ କରିବେ। ସଂଧ୍ୟାର ଅନ୍ୟତମ ଆକର୍ଷଣ ହେବ ମଣିପୁର ଜବାହରଲାଲ ନେହେରୁ ଡ୍ୟାନ୍ସ ଏକାଡେ଼ମୀର କଳାକାରଙ୍କ ମଣିପୁରୀ ନୃତ୍ୟ। ସେହିପରି ଏବର୍ଷ ୫ଜଣ ବିଦେଶୀ ବାଲୁକା ଶିଳ୍ପୀଙ୍କ ସମେତ ୧୨ଜଣ ମହିଳା, ୨ଜଣ ଭିନ୍ନକ୍ଷମ, ରାଜ୍ୟ ଓ ରାଜ୍ୟ ବାହାରୁ ୨୫ଜଣ ଶିଳ୍ପୀ ବାଲୁକା କଳା ଉତ୍ସବରେ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos