ଆଜି କୋରାପୁଟ ପୌରାଧ୍ୟକ୍ଷ ଉପ ନିର୍ବାଚନ

କୋରାପୁଟ: କୋରାପୁଟ ପୌରାଧ୍ୟକ୍ଷ ପଦ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହେବ। କୋରାପୁଟ ପୌର ପରିଷଦରେ ମୋଟ ୨୧ ଆସନରୁ  ବିଜେଡି ୧୦ଟି ଓ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛନ୍ତି। ପୂର୍ବରୁ ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱଭୂଷଣ ପଟ୍ଟନାୟକଙ୍କୁ ବିଜେଡି ନିଜ ଅକ୍ତିଆରକୁ ନେଇ ଅଧ୍ୟକ୍ଷ ଆସନ ପାଇଥିଲା। କଂଗ୍ରେସ ଦଳର ଜଣେ ମହିଳା କାଉନସିଲରଙ୍କୁ ଫୋନ୍ ମାଧ୍ୟମରେ ଅଶାଳୀନ ବ୍ୟବହାର ଅଭିଯୋଗ ପରେ ବିଜେଡି ଦଳର ନିଷ୍ପତ୍ତି କ୍ରମେ ଗତ ଫେବୃଆରୀ ୧ ତାରିଖରେ […]

koraput

koraput

Rakesh Mallick
  • Published: Friday, 18 March 2016
  • Updated: 18 March 2016, 10:08 AM IST

Sports

Latest News

କୋରାପୁଟ: କୋରାପୁଟ ପୌରାଧ୍ୟକ୍ଷ ପଦ ପାଇଁ ଆଜି ଉପ ନିର୍ବାଚନ ଅନୁଷ୍ଠିତ ହେବ। କୋରାପୁଟ ପୌର ପରିଷଦରେ ମୋଟ ୨୧ ଆସନରୁ  ବିଜେଡି ୧୦ଟି ଓ କଂଗ୍ରେସ ୧୦ଟି ଆସନରେ ବିଜୟୀ ହୋଇଛନ୍ତି। ପୂର୍ବରୁ ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱଭୂଷଣ ପଟ୍ଟନାୟକଙ୍କୁ ବିଜେଡି ନିଜ ଅକ୍ତିଆରକୁ ନେଇ ଅଧ୍ୟକ୍ଷ ଆସନ ପାଇଥିଲା। କଂଗ୍ରେସ ଦଳର ଜଣେ ମହିଳା କାଉନସିଲରଙ୍କୁ ଫୋନ୍ ମାଧ୍ୟମରେ ଅଶାଳୀନ ବ୍ୟବହାର ଅଭିଯୋଗ ପରେ ବିଜେଡି ଦଳର ନିଷ୍ପତ୍ତି କ୍ରମେ ଗତ ଫେବୃଆରୀ ୧ ତାରିଖରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ବିଶ୍ୱଭୂଷଣ । ସେବେଠାରୁ ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଉପ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏପରି ସୁଯୋଗକୁ ହାତଛଡ଼ା କରିବନି କଂଗ୍ରେସ।

କୋରାପୁଟ ଜିଲ୍ଲା ବିଜେଡି ସଭାପତି ଜୟରାମ ପାଙ୍ଗି କହିଛନ୍ତି, “ଦଳର ସଭାପତି ଯାହାକୁ ଚୟନ କରିବେ ତାଙ୍କୁ ସମସ୍ତ କାଉନସିଲରମାନେ ସମର୍ଥନ କରି ଭୋଟ୍  ଦେବେ। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos