ଆଜି ପବିତ୍ର ଶାମ୍ୱଦଶମୀ

କୋଣାର୍କ: ଆଜି ପବିତ୍ର ଶାମ୍ୱଦଶମୀ। ଏହି ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସୂର୍ଯ୍ୟପୂଜା ଏବଂ ଉପାସନା  ଲାଗି ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ଭୋରରୁ ଅର୍କକ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।  ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋଣାର୍କରେ ୨୭ ଦିନ ବ୍ୟାପୀ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଛି।

ଶାମ୍ୱଦଶମୀରେ ଘରେ ଘରେ ମଧ୍ୟ ସୂର୍ଯ୍ୟପୂଜା ପରମ୍ପରା ରହିଛି। ତେଣୁ ଭୋରରୁ ଗୃହିଣୀମାନେ ବିଭିନ୍ନ ପ୍ରକାର ପିଠା, ଖିରି, ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ସୂର୍ଯ୍ୟପୂଜା କରିଛନ୍ତି। ଶାମ୍ୱଦଶମୀରେ ସୂର୍ଯ୍ୟପୂଜା କଲେ ପରିବାରରେ ରୋଗବ୍ୟାଧୀ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।