ଆଜି ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ପଦ୍ମବେଶରେ ଦର୍ଶନ ଦେବେ ଶ୍ରୀଜିଉ। ପରମ୍ପରା ଅନୁସାରେ ବଡ଼ସିଂହାର ବେଶ ସମୟରେ ଏହି ପବିତ୍ର ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସତ୍ତ୍ୱଲିପି ଅନୁସାରେ ବଡ଼ଛତା ମଠ ପକ୍ଷରୁ ସୋଲରେ ତିଆରି ଶ୍ରୀମୁଖ ପଦ୍ମ,ଚିତା, ଟାହିଆ,ହଂସ, ପଦ୍ମଫୁଲ ଓ ଚୂଳ ଆଦି ପ୍ରଦାନ କରାଯାଇଥାଏ। ମାଘାମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ୱା ଶନିବାର ପଡ଼ିଲେ ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥାଏ।