ସମ୍ବଲପୁରରେ ଲୋକାର୍ପିତ ହେଲା କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା

ସମ୍ବଲପୁର: ସମ୍ୱଲପୁରର ଅଇଁଠାପାଲିରେ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ଏହି ଯୋଜନା ଅନ୍ତର୍ଗତ ଗ୍ୟାସ୍ ସଂଯୋଗ ବିତରଣ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଛି। ୯ଶହଟି ବିପିଏଲ୍ ପରିବାରର ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟିକା ରାଧାରାଣୀ ପଣ୍ଡା, ସୁରେଶ ପୂଜାରୀ ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି।