ଆଜି ଶ୍ରୀ ମନ୍ଦିରରେ ଦୋଳ ଉତ୍ସବ ନୀତି

puri2ପୁରୀ: ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହେବ ଦୋଳ ଉତ୍ସବ ନୀତି। ସ୍ୱତନ୍ତ୍ର ବିମାନରେ  ଦୋଳ ଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ବିଜେ ହୋଇ ଦୋଳ ବେଦୀରେ ବିରାଜମାନ କରିବେ। ଏହି ସମୟରେ ଭକ୍ତଙ୍କ ସହ ଫଗୁ ଓ ଅବିରରେ ହୋଲି ଖେଳି ମାନବୀୟ ଲୀଳାର ଅପୂର୍ବ ନିଦର୍ଶନ ମଧ୍ୟ କରିଥାନ୍ତି।

ସେହିପରି ରତ୍ନ ସିଂହାସନରେ ତିନିଠାକୁର  ଆଜି ସୁନାବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମଙ୍ଗଳ ଆଳତୀ, ଅବକାଶ, ସର୍ବାଙ୍ଗ ନୀତି ଓ ଦ୍ୱାରପାଳ ପୂଜା ପରେ ଖଇକୋରା ଭୋଗ ନୀତି ପରେ ଦୋଳ ବେଦୀକୁ ବିରାଜମାନ କରିବେ ମହାପ୍ରଭୁ।