ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଜି ଉଦଘାଟନ କରଯିବ। ଏହି ଉଦଘାଟନୀ  ଉତ୍ସବରେ ରାଜ୍ୟପାଳ ଏସ.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଦୀର୍ଘବର୍ଷ ପରେ ନୂଆ କ୍ୟାମ୍ପସକୁ ଯାଉଥିବାରୁ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ସମସ୍ତେ ଉତ୍ସାହିତ ଅଛନ୍ତି। ପୂର୍ବରୁ ଭିତ୍ତିଭୂମିର ଅଭାବ ପାଇଁ ରାଜ୍ୟ ତଥା ଦେଶ ବାହାରୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ସତ୍ତ୍ୱେ ଏଠାରେ ନାମ ଲେଖାଇ ପାରୁ ନ ଥିଲେ। କିନ୍ତୁ ଏବେ ଏ […]

utal.unvercity

utal.unvercity

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:37 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମଦନପୁରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଆଜି ଉଦଘାଟନ କରଯିବ। ଏହି ଉଦଘାଟନୀ  ଉତ୍ସବରେ ରାଜ୍ୟପାଳ ଏସ.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଦୀର୍ଘବର୍ଷ ପରେ ନୂଆ କ୍ୟାମ୍ପସକୁ ଯାଉଥିବାରୁ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ସମସ୍ତେ ଉତ୍ସାହିତ ଅଛନ୍ତି। ପୂର୍ବରୁ ଭିତ୍ତିଭୂମିର ଅଭାବ ପାଇଁ ରାଜ୍ୟ ତଥା ଦେଶ ବାହାରୁ ଛାତ୍ରଛାତ୍ରୀଙ୍କ ଇଚ୍ଛା ସତ୍ତ୍ୱେ ଏଠାରେ ନାମ ଲେଖାଇ ପାରୁ ନ ଥିଲେ। କିନ୍ତୁ ଏବେ ଏ ସମସ୍ୟାର  ଅନ୍ତ ଘଟିଛି।

ନୂଆ କ୍ୟାମ୍ପସ ନିର୍ମାଣ ଲାଗି ଇଡକୋ ତିନିବର୍ଷ ସମୟ ନେଇଥିବା ବେଳେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପିଜି, ଏମଫିଲ୍, ପିଏଚଡି ଓ ଡିଲିଟ୍ ପାଠ୍ୟକ୍ରମରେ ଶିକ୍ଷାଦାନ ହେଉଛି। ଆସନ୍ତା ଶିକ୍ଷା ବର୍ଷରୁ କିଛି ପାଠ୍ୟକ୍ରମ ନୂଆ କ୍ୟାମ୍ପସରେ ପଢ଼ାଯିବା ଲାଗି  ଲକ୍ଷ୍ୟ ରଖାଯାଇଛି। ୨୦୧୪ରେ ନୂଆ କ୍ୟାମ୍ପସକୁ ରାଷ୍ଟ୍ରପତି ଉଦଘାଟନ ଲାଗି ସ୍ଥିର ହୋଇଥିଲା। ମାତ୍ର କାମ ଶେଷ ହୋଇ ନ ଥିବାରୁ ସମ୍ଭବ ହୋଇ ନ ଥିଲା। ବର୍ତ୍ତମାନ ସୁଦ୍ଧା ନୂଆ କ୍ୟାମ୍ପସର ୪୦ ପ୍ରତିଶତ କାମ ବାକି ଅଛି। ଛାତ୍ରଛାତ୍ରୀମାନେ ନୂଆ କ୍ୟାମ୍ପସ ନେଇ ଅନେକ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos