ଆଜି ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ, ଓଡ଼ିଶାର ଜନ୍ମଦିନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୧ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବର ଆୟୋଜନ କରାଯାଇଛି। ୧୯୩୬ ମସିହା ଏପ୍ରିଲ ୧ତାରିଖରେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ତିନି ଦଶନ୍ଧିର ଆନ୍ଦୋଳନ ପରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର […]

odisha-day-utkala-divas-

odisha-day-utkala-divas-

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 01:03 PM IST

Sports

Latest News

ଭୁବନେଶ୍ୱର: ଆଜି ଉତ୍କଳ ଦିବସ, ଓଡ଼ିଶାର ଜନ୍ମଦିନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୧ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସବର ଆୟୋଜନ କରାଯାଇଛି। ୧୯୩୬ ମସିହା ଏପ୍ରିଲ ୧ତାରିଖରେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ତିନି ଦଶନ୍ଧିର ଆନ୍ଦୋଳନ ପରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ୟାସକବି ଫକିରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଓ କବିବର ରାଧାନାଥ ରାୟ ଏହି ଆନ୍ଦୋଳନର ପୁରୋଧା ଥିଲେ।

ଏଥିପାଇଁ ଗତରାତିରେ ବିଧାନସଭା, ସଚିବାଳୟ ସମେତ  ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ, ଏଜି ହାଉସିଂ ବୋର୍ଡ କାର୍ଯ୍ୟାଳୟ ଓ ଆରବିଆଇ କାର୍ଯ୍ୟାଳୟ ଭଳି ରାଜଧାନୀ ଭୁବନେଶ୍ୱରର ବହୁ ଗୁରୁତ୍ୱପୂର୍ଣ୍ଣ କୋଠାକୁ ବେଶ୍‌ ଆକର୍ଷଣୀୟ ଲାଇଟରେ ସଜା ଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos