୫୯ତମ ପୋଲିସ୍ ଅଧିକାରୀ ସମ୍ମିଳନୀ ଆରମ୍ଭ

କଟକ: ଆଜିଠୁ କଟକରେ ଆରମ୍ଭ ହୋଇଛି ୫୯ତମ ପୋଲିସ୍ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି କେବି ସିଂ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ କଟକ ଓ ଦ୍ୱିତୀୟ ପର୍ଯ୍ୟାୟ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ନକ୍ସଲ, ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ମହିଳା ନିର୍ଯାତନା, ଅର୍ଥନୈତିକ ଓ ଆତଙ୍କବାଦ ସମସ୍ୟାର କିପରି ମୁକାବିଲା […]

police

police

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 06:15 AM IST

Sports

Latest News

policeକଟକ: ଆଜିଠୁ କଟକରେ ଆରମ୍ଭ ହୋଇଛି ୫୯ତମ ପୋଲିସ୍ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି କେବି ସିଂ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ କଟକ ଓ ଦ୍ୱିତୀୟ ପର୍ଯ୍ୟାୟ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ନକ୍ସଲ, ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ମହିଳା ନିର୍ଯାତନା, ଅର୍ଥନୈତିକ ଓ ଆତଙ୍କବାଦ ସମସ୍ୟାର କିପରି ମୁକାବିଲା କରାଯିବ ସେ ନେଇ ସମ୍ମିଳନୀରେ ପ୍ରସ୍ତୁତ ହେବ ରଣନୀତି। ପୋଲିସ ବିଭାଗରେ ଖାଲି ପଦବୀ ପୂରଣ ଓ ପୋଲିସ୍ ତାଲିମ ଢାଞ୍ଚାରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା କରାଯିବ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ।

ଗତବର୍ଷ ନକ୍ସଲ ଦମନ କ୍ଷେତ୍ରରେ ରାଜ୍ୟ ପୋଲିସକୁ ବିପୁଳ ସଫଳତା ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇବାରେ ସଫଳ ହୋଇଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos