ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍‌ ଆବଣ୍ଟନ ମାମଲା: ୧୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ ଆବଣ୍ଟନ ମାମଲାରେ ତଦନ୍ତ କରୁଥିବା ସଂସ୍ଥା ଓ ସମ୍ପୃକ୍ତ ବିଭାଗକୁ ଆସନ୍ତା ୧୧ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ୧୬ ତାରିଖରେ ଏ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ଇଚ୍ଛାଧୀନ କୋଟା ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ଆବଣ୍ଟନ ବାତିଲ କରାଯିବ ନା ନାହିଁ, ତାକୁ ନେଇ […]

ichhadhina-kota

ichhadhina-kota

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 03:59 PM IST

Sports

Latest News

ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ ଆବଣ୍ଟନ ମାମଲାରେ ତଦନ୍ତ କରୁଥିବା ସଂସ୍ଥା ଓ ସମ୍ପୃକ୍ତ ବିଭାଗକୁ ଆସନ୍ତା ୧୧ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ୧୬ ତାରିଖରେ ଏ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ।

ଇଚ୍ଛାଧୀନ କୋଟା ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଏକାଧିକ ପ୍ଲଟ ଓ ଫ୍ଲାଟ୍‌ ଆବଣ୍ଟନ ବାତିଲ କରାଯିବ ନା ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏଭଳି ସ୍ଥିତିରେ ଆସନ୍ତା ୧୬ ତାରିଖରେ ଇଚ୍ଛାଧୀନ କୋଟାରେ ଆବଣ୍ଟନ ପ୍ଲଟ୍‌ ଓ ଫ୍ଲାଟ୍‌ ମାମଲାର ଅଗ୍ରଗତି ଓ କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବ ଡାକିଥିବା ବୈଠକରେ ସମୀକ୍ଷା ହେବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭିଜିଲାନ୍ସ, ଅର୍ଥ, ନଗର ଉନ୍ନୟନ ବିଭାଗ, ବିଡିଏ, ସିଡିଏ ଓ ହାଉସିଂବୋର୍ଡକୁ ଚିଠି ଲେଖାଯାଇଛି। ଏଥିରେ ୧୧ ତାରିଖ ସୁଦ୍ଧା ତଥ୍ୟ ଦେବା ପାଇଁ ଉଲ୍ଲେଖ ରହିଛି।

ଇଚ୍ଛାଧୀନ କୋଟାରେ ପ୍ଲଟ୍‌ ଓ ଫ୍ଲାଟ୍‌ ନେଇଥିବା ୧୯୦୭ ଜଣଙ୍କ ଭିତରୁ ୭୨୦ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ହେଲେ ଗୋଟିଏ ବି ଆବଣ୍ଟନ ବାତିଲ ହୋଇନାହିଁ। ତାଲିକାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପଦ୍ମନାଭ ବେହେରା, ବିଜେଡି ନେତା ବିମ୍ବାଧର କୁଅଁର ପରି ଅନେକ ନେତା ଓ ପ୍ରଶାସନିକ ଅଧିକାରୀ ଅଛନ୍ତି।

୨୦୧୪ ଡିସେମ୍ବରରେ ଏକ କ୍ୟାବିନେଟ୍‌ ବୈଠକରେ ତାରା ଦତ୍ତ ଟାସ୍କ ଫୋର୍ସ ରିପୋର୍ଟ ଆଧାରରେ ୧୯୯୫ ପରଠାରୁ ସବୁ ଇଚ୍ଛାଧୀନ କୋଟା ଓ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍‌ ବାତିଲ ପାଇଁ ସରକାର କହିଥିଲେ, ହେଲେ ଏଯାଏଁ ଏଥିରୁ ଗୋଟିଏ ବି ବାତିଲ ହୋଇନାହିଁ। ଏବେ ସମୀକ୍ଷା ପରେ ବାତିଲ ନେଇ ରାସ୍ତା ବାହାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story