କେନ୍ଦ୍ରାପଡ଼ା: ଆଜି ବିଜେପିରେ ମିଶିବେ ବିଜେଡିର ପୂର୍ବତନ ବିଧାୟକ ଅଲେଖ ଜେନା। ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର କଷଣଅଣ୍ଟା ପଡ଼ିଆରେ ବ୍ୟାପକ ଆୟୋଜନ କରାଯାଇଛି। ଏହି ମିଶ୍ରଣ ପର୍ବରେ ଆହୁରି କିଛି ବିଜେଡିର ନେତା ମଧ୍ୟ ମିଶିବା କାର୍ଯ୍ୟକ୍ରମ ରହିଛି। ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନଗେନ ବେହେରା ଓ ମହାକାଳପଡ଼ାର ବିଜୟ ପ୍ରଧାନ ପ୍ରମୁଖ ବିଜେପିରେ ମିଶିବେ।
ଏହି ମିଶ୍ରଣ ପର୍ବ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ତେଣୁ ଧର୍ମେନ୍ଦ୍ରଙ୍କୁ ଦୋହରିଆ ଛକରୁ ସଭାସ୍ଥଳକୁ ଏକ ବାଇକ ଶୋଭାଯାତ୍ରାରେ ନିଆଯିବ। କିଛି ଦିନ ତଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା। ୨୦୦୯ରେ ସେ ରାଜନଗରରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ତାଙ୍କ ବଦଳରେ ଧ୍ରୁବ ସାହୁଙ୍କୁ ଟିକେଟ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।