ଜୁଏଲଙ୍କୁ ଅଣ୍ଡା ମାଡ଼ ଘଟଣାରେ ୭ ଗିରଫ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି। ଏନେଇ ଆଳି ଥାନାର ଏସ୍‌ଆଇ ଗୋବର୍ଦ୍ଧନ ସାହୁ ସୂଚନା ଦେଇଛନ୍ତି।

ଗତ ୧୪ ତାରିଖରେ ‘ସବ୍‌କାସାଥ୍‌ ସବ୍‌କା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜକନିକା ଯାଉଥିଲେ। ଆଳିରେ ବିଜେଡି କର୍ମୀମାନେ ଜୁଏଲଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ କରିଥିଲେ। ଏପରିକି କଳା ପତାକା ମଧ୍ୟ ଦେଖାଇଥିଲେ। ସେହିଦିନ ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ସୁନ୍ଦର ଭୂୟାଁ ଆଳି ଥାନାରେ ୨୨ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ।