କନ୍ଧମାଳ ଜିଲ୍ଲାରେ ସବୁ ବ୍ୟାଙ୍କ ୭ ଦିନ ବନ୍ଦ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ଗୋଟିଏ ସପ୍ତାହ ବନ୍ଦ ରହିବ। ନିକଟରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଦି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ସପ୍ତାହେ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହୁଥିବାରୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି,  ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେ କହିଛନ୍ତି ଯେ, କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରାଯାଇଛି। ଏହାସହ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ସପ୍ତାହ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ କିଛି ଲକ୍ଷଣ ଦେଖାଦେଲେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି।  ସପ୍ତାହେ ବ୍ୟାଙ୍କ ବନ୍ଦ ରହିଲେ ଏହି ସମୟ ମଧ୍ୟରେ ସାନିଟାଇଜ୍ କରାଯିବ।

ଜିଲ୍ଲାପାଳ ଆହୁରି କହିଛନ୍ତି, ଗୋଟିଏ ସପ୍ତାହ ପରେ ବ୍ୟାଙ୍କ ଗୁଡ଼ିକ ଖୋଲିଲେ ୫୦% କର୍ମଚାରୀ ବ୍ୟାଙ୍କ ଆସିବେ। ଅଧା କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାର୍ଯ୍ୟ କରାଯିବ।

ଆହୁରି ପଢ଼ନ୍ତୁ

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’