ଆଳୁ ମିଶନ କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଳୁର ଚାହିଦା ମେଣ୍ଟାଇବାକୁ ଗଠନ ହୋଇଥିବା ଆଳୁ ମିଶନ କେତେଦୂର କାର୍ଯ୍ୟକ୍ଷମ ହୋଇଛି ଏ ନେଇ ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ୧୦ ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୨.୫ ଲକ୍ଷ ମେଟ୍ରିକ ଟନ୍। ୨୦୧୭-୧୮ ବର୍ଷ ବେଳକୁ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇବା ସହ ଚାହିଦା ମେଣ୍ଟା ଯାଇପାରିବ ବୋଲି ବୈଠକରେ କୁହାଯାଇଛି । ଉତ୍ପାଦିତ […]

cm

cm

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 03:23 AM IST

ଭୁବନେଶ୍ୱର: ରାଜ୍ୟରେ ଆଳୁର ଚାହିଦା ମେଣ୍ଟାଇବାକୁ ଗଠନ ହୋଇଥିବା ଆଳୁ ମିଶନ କେତେଦୂର କାର୍ଯ୍ୟକ୍ଷମ ହୋଇଛି ଏ ନେଇ ଗତକାଲି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ୧୦ ଲକ୍ଷ ମେଟ୍ରିକ ଟନ୍ ଆଳୁର ଆବଶ୍ୟକତା ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୨.୫ ଲକ୍ଷ ମେଟ୍ରିକ ଟନ୍। ୨୦୧୭-୧୮ ବର୍ଷ ବେଳକୁ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇବା ସହ ଚାହିଦା ମେଣ୍ଟା ଯାଇପାରିବ ବୋଲି ବୈଠକରେ କୁହାଯାଇଛି । ଉତ୍ପାଦିତ ଆଳୁକୁ ସଂରକ୍ଷିତ କରି ରଖିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ୨୦୧୫-୧୬ରେ ନୂଆ କରି ୩୫ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଆଗମୀ ୩ବର୍ଷରେ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଛି । ୨୦୧୭-୧୮ ବେଳକୁ ୬୦ହଜାର ହେକ୍ଟର ଜମିକୁ ବୃଦ୍ଧି କରାଯିବ । ଏଥିରୁ ୧୧.୨୫ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ କରାଯାଇ ପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos