ଅମର୍ଦ୍ଦାରୋଡଠାରେ ପ୍ରତିଷ୍ଠା ହେବ ଆର୍ମି ବିଗ୍ରେଡ ହେଡକ୍ୱାର୍ଟର୍ସ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦାରୋଡଠାରେ ପ୍ରତିଷ୍ଠା ହେବ ଆର୍ମି ବିଗ୍ରେଡ ହେଡକ୍ୱାର୍ଟର୍ସ। ଏଠାରେ ୩ଟି ବାଟାଲିଅନ ରହିବେ। ଆଜି ସିଭିଲ ମିଲିଟାରୀ ଲିଆଜନ ମିଟିଂ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହା କହିଛନ୍ତି। ରାଜ୍ୟର ମାଓ ଅଧ୍ୟୁଷିତ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରୁ ସେନାବାହିନୀରେ ନିଯୁକ୍ତି ସଂଖ୍ୟା ବୃଦ୍ଧି କରିବା ପାଇଁ ବୈଠକରେ ରାଜ୍ୟ ସରକାର ଦାବି କରିଛନ୍ତି। କୋରାପୁଟ ଜିଲ୍ଲାରେ ସେନାର ନିଯୁକ୍ତି କାର୍ଯ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତାବ […]

army

army

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 07:38 PM IST

Sports

Latest News

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦାରୋଡଠାରେ ପ୍ରତିଷ୍ଠା ହେବ ଆର୍ମି ବିଗ୍ରେଡ ହେଡକ୍ୱାର୍ଟର୍ସ। ଏଠାରେ ୩ଟି ବାଟାଲିଅନ ରହିବେ। ଆଜି ସିଭିଲ ମିଲିଟାରୀ ଲିଆଜନ ମିଟିଂ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହା କହିଛନ୍ତି।

ରାଜ୍ୟର ମାଓ ଅଧ୍ୟୁଷିତ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡିକରୁ ସେନାବାହିନୀରେ ନିଯୁକ୍ତି ସଂଖ୍ୟା ବୃଦ୍ଧି କରିବା ପାଇଁ ବୈଠକରେ ରାଜ୍ୟ ସରକାର ଦାବି କରିଛନ୍ତି। କୋରାପୁଟ ଜିଲ୍ଲାରେ ସେନାର ନିଯୁକ୍ତି କାର୍ଯ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି।

ମଧ୍ୟଭାରତ ଏରିଆର ଜେନେରାଲ ଅଫିସର ଇନ୍‌ କମାଣ୍ଡ ଡି.ଭି.ଏସ୍‌. ରାଣା ଏବଂ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos