ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହନିୟତା: ଗଛର ଯତ୍ନ ନିଅନ୍ତି,ଡାକ୍ତରଖାନାରେ ବାଣ୍ଟନ୍ତି ଦାନ୍ତକାଠି

କଥା କୁହାରେ ସେ କପିଳା, ନାଁ ତା’ର କଟିଆ(୩୯)। ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ସାନଅତା ଗ୍ରାମ କୃଷ୍ଣ ନାୟକଙ୍କ ପୁଅ ସିଏ। ମେଡିକାଲରେ ଥିବା ୧୦୨ ଆମ୍ବୁଲାନ୍,(ଜନନୀ ଏକ୍ସପ୍ରେସ)ର ଚାଳକ ଭାବେ ସେ କାର୍ଯ୍ୟ କରନ୍ତି। ମେଡିକାଲ ପଛପଟେ ତାଙ୍କ ଘର ହୋଇଥିଲେ ହେଁ ଘରେ କେବେ ହେଲେ ତାଙ୍କର ଦେଖା ମିଳେନାହିଁ। ୨୪ଘଣ୍ଟା ମେଡିକାଲରେ ହିଁ ଏପଟ ସେପଟ ହେଉଥାନ୍ତି। ୧୦୨ରୁ କଲ ନ ଆସିବା ଯାଏ ଅନ୍ୟ ରୋଗୀଙ୍କର ମଧ୍ୟ ଡାକ ହାକ […]

108 Ambulance

108 Ambulance

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 08:23 PM IST

Sports

Latest News

ଥା କୁହାରେ ସେ କପିଳା, ନାଁ ତା'ର କଟିଆ(୩୯)। ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ସାନଅତା ଗ୍ରାମ କୃଷ୍ଣ ନାୟକଙ୍କ ପୁଅ ସିଏ। ମେଡିକାଲରେ ଥିବା ୧୦୨ ଆମ୍ବୁଲାନ୍,(ଜନନୀ ଏକ୍ସପ୍ରେସ)ର ଚାଳକ ଭାବେ ସେ କାର୍ଯ୍ୟ କରନ୍ତି। ମେଡିକାଲ ପଛପଟେ ତାଙ୍କ ଘର ହୋଇଥିଲେ ହେଁ ଘରେ କେବେ ହେଲେ ତାଙ୍କର ଦେଖା ମିଳେନାହିଁ। ୨୪ଘଣ୍ଟା ମେଡିକାଲରେ ହିଁ ଏପଟ ସେପଟ ହେଉଥାନ୍ତି। ୧୦୨ରୁ କଲ ନ ଆସିବା ଯାଏ ଅନ୍ୟ ରୋଗୀଙ୍କର ମଧ୍ୟ ଡାକ ହାକ ଶୁଣନ୍ତି ସେ । କିଏ ବିପଦରେ ପଡିଥିଲେ ସେଠି କଟିଆ ହିଁ ମୁଣ୍ଡ ଖେଳାନ୍ତି। ୧୦୨ ଚଳାଉଥିବା ସମୟରେ  ଆମ୍ବୁଲାନ୍ସ ଭିତରେ ୧୫ରୁ ଊର୍ଦ୍ଧ୍ୱ ପ୍ରସୂତି ଶିଶୁ ଜନ୍ମ ଦେଇଛନ୍ତି। ଆପତକାଳୀନ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ୧୦ରୁ ଊର୍ଦ୍ଧ୍ୱ ପିଲାଙ୍କ ଜୀବନ ରକ୍ଷା କରିଛନ୍ତି। ଏନେଇ ସେ ଜିଲ୍ଲା ମେଡିକାଲରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେବେ ଗାଡିରେ ବେଳେ ବେଳେ ନବଜାତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସଠିକ ସମୟରେ ନିଜେ ଆମ୍ବୁଲାନ୍ସ ପହଁଚାଇବାରେ ଅବହେଳା କରି ନ ଥିଲେ ହେଁ ନିଜକୁ ଦୋଷୀ ବୋଲି ଭାବି ଦିନସାରା ମନଦୁଃଖରେ ରୁହନ୍ତି କଟିଆ। ଏହା ଛଡା ସବୁଠୁ ବିରଳ କଥା ଯେ, ନୀଳଗିରି ମେଡିକାଲ ପରିସରରେ  ଲଗାଯାଇଥିବା ବିରଳ ଗଛଗୁଡିକୁ ସୁରକ୍ଷା ଦେବା ପାଇଁ ସେ ଦୀର୍ଘ ୫/୭ବର୍ଷ ଧରି ଅଭିନବ ଉପାୟ କରି ଚାଲିଛନ୍ତି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ରାତିପାହିଲେ ଦାନ୍ତ ଘସିବା ନିମନ୍ତେ ଉକ୍ତ ବଉଳ ଗଛର ଡାଳକୁ ବ୍ୟବହାର କରିଥାନ୍ତି। କିନ୍ତୁ ସମ୍ପୃକ୍ତ ବାଳକ ଗଛକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମାଗଣାରେ ପ୍ରତ୍ୟକ ଦିନ ଜଙ୍ଗଲରୁ ଶାଳ ଦାନ୍ତକାଠି ଆଣି ମେଡିକାଲରେ    ପହଁଚାଇଥାନ୍ତି। ଯାଦ୍ୱାରା ଉକ୍ତ ଗଛଗୁଡିକୁ ସୁରକ୍ଷିତ ରହିବା ସହ ମେଡିକାଲର ଶୋଭାବର୍ଦ୍ଧନ କରିଛନ୍ତି।

ନୀଳଗିରି ମେଡିକାଲର ମାସକୁ ପ୍ରାୟ ୧୨୦ରୁ ୧୪୦ଜଣ ଗର୍ଭବତୀ ପିଲାଜନ୍ମ କରୁଛନ୍ତି। ନୀଲଗିରି ମେଡିକାଲରେ ୨ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ରହିଛନ୍ତି । ନୀଳଗିରିରେ ନିୟୋଜିତ ହୋଇଥିବା ନିଶା ଡାକ୍ତର ଚନ୍ଦ୍ରକାନ୍ତ ମଲିକଙ୍କ ବଦଳି ହେବା ପରେ ଗର୍ଭବତୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। କେବଳ ନୀଳଗିରି ନୁହେଁ, ବରହମପୁର ଓ ଇଶ୍ୱରପୁର ମେଡିକାଲ ଅଞ୍ଚଳରେ  ଥିବା ଗର୍ଭବତୀଙ୍କ ନିମନ୍ତେ ଏକମାତ୍ର ସାହା ଭରସା ପାଲଟିଛନ୍ତି ଚାଳକ କଟିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos