ମୃତଦେହକୁ ଛାଡ଼ି ଆମ୍ୱୁଲାନ୍ସ ପଳାଇବା ଘଟଣା: ଡ୍ରାଇଭର ଓ କଲ୍‌ସେଣ୍ଟର କର୍ମଚାରୀ ନିଲମ୍ୱିତ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌  ଟୁବୁକା ଗାଁର ୪ ବର୍ଷର ରୁଦ୍ର ନାଏକଙ୍କ ମୃତଦେହ ଆମ୍ୱୁଲାନ୍ସ ନେବାକୁ ମନା କରିବା ଘଟଣାରେ ଆମ୍ୱୁଲାନ୍ସ ଡ୍ରାଇଭର ଓ ସଂପୃକ୍ତ କଲ୍‌ସେଣ୍ଟର କର୍ମଚାରୀଙ୍କୁ ଆଜି ନିଲମ୍ୱିତ କରାଯାଇଛି। ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଆଧାରରେ ସେମାନଙ୍କୁ ନିଲମ୍ୱିତ କରାଯାଇଛି।

ଟୁବୁକା ଗାଁର ୪ ବର୍ଷର ରୁଦ୍ର ନାଏକଙ୍କୁ  ଗୁରୁତର ଅବସ୍ଥାରେ ଛତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘରକୁ ଫେରାଇ ନେବା ଲାଗି ରୁଦ୍ରଙ୍କ ବାପା ଆମ୍ୱୁଲାନ୍ସ ଡ୍ରାଇଭରଙ୍କୁ  ଅନୁରୋଧ କରିଥିଲେ। ମୃତଦେହ ନେବାକୁ ଡ୍ରାଇଭର ମନା କରିଦେବା ସହ ସେମାନଙ୍କୁ ରାସ୍ତାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଥିଲା।

ଶିଶୁର ବାପା ମୃତଦେହକୁ  ଧରି ଚାଲି ଚାଲି ଗାଁକୁ ଫେରିବା ପରେ ଉତ୍ତେଜନା ଦେଖାଦେଇଥିଲା। ଗତକାଲି ଉତ୍ତ୍ୟକ୍ତ ଲୋକେ କୃଷ୍ଣପ୍ରସାଦ ବ୍ଲକ୍‌ ଚାରିଛକରେ  ରାସ୍ତା ଅବରୋଧ କରିଥିଲେ।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

କାଲି ଏହି ୧୫ ମିନିଟ୍‌ ପାଇଁ ବିଜୁଳି ନ ଜାଳିବାକୁ ଆହ୍ୱାନ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କାଲି ଅବପାତ ରୂପ ନେବ ଲଘୁଚାପ !

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି