ଆମେରିକା ଯିବେ ବଣ୍ଡା ବିଧାୟକ ଡମ୍ବରୁ ଶିଶା

ମାଲକାନଗିରି: ଦିଲ୍ଲୀ ପରେ ଏବେ ଆମେରିକା। ମାଲକାନଗିରି ବଣ୍ଡା ମୂଲକ ପାଇଁ ବଢିଚାଲିଛି ସ୍ୱପ୍ନର ପରିଧି। ବଣ୍ଡା ଦମ୍ପତ୍ତିଙ୍କ ଦିଲ୍ଲୀ ଗସ୍ତ ପରେ ଏବେ ବିଦେଶ ଯିବାକୁ ମନୋନୀତ ହୋଇଛନ୍ତି ଚିତ୍ରକୋଣ୍ଡର ବଣ୍ଡା ବିଧାୟକ ଡମ୍ବରୁ ଶିଶା। ଆମେରିକା ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ଆସନ୍ତା ମେ’ ମାସରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିବେ। ସେ ଆନ୍ତର୍ଜାତିକ ଯୁବ ନେତୃତ୍ୱ ବା ଆଇ.ଭି.ଏଲ.ପି ପାଇଁ ମନୋନୀତ ହୋଇଛନ୍ତି। ଏହି ଖବର ବଣ୍ଡାଘାଟିରେ ପହଞ୍ଚିଲା ବଣ୍ଡାଜନ […]

dhambaru shisha

dhambaru shisha

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 02:56 PM IST

Sports

Latest News

ମାଲକାନଗିରି: ଦିଲ୍ଲୀ ପରେ ଏବେ ଆମେରିକା। ମାଲକାନଗିରି ବଣ୍ଡା ମୂଲକ ପାଇଁ ବଢିଚାଲିଛି ସ୍ୱପ୍ନର ପରିଧି। ବଣ୍ଡା ଦମ୍ପତ୍ତିଙ୍କ ଦିଲ୍ଲୀ ଗସ୍ତ ପରେ ଏବେ ବିଦେଶ ଯିବାକୁ ମନୋନୀତ ହୋଇଛନ୍ତି ଚିତ୍ରକୋଣ୍ଡର ବଣ୍ଡା ବିଧାୟକ ଡମ୍ବରୁ ଶିଶା। ଆମେରିକା ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ଆସନ୍ତା ମେ’ ମାସରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିବେ। ସେ ଆନ୍ତର୍ଜାତିକ ଯୁବ ନେତୃତ୍ୱ ବା ଆଇ.ଭି.ଏଲ.ପି ପାଇଁ ମନୋନୀତ ହୋଇଛନ୍ତି। ଏହି ଖବର ବଣ୍ଡାଘାଟିରେ ପହଞ୍ଚିଲା ବଣ୍ଡାଜନ ଜାତିଙ୍କ ଖୁସି କହିଲେ ନ ସରେ।

ଏହି ଖବର ପାଇବା ପରେ ବିଧାୟକ ଖୁସି ବ୍ୟକ୍ତ କରିବା ସହ ଏହାର ଶ୍ରେୟ ସେ ମୂଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାବାସୀଙ୍କୁ ଦେଇଛନ୍ତି। ଏହା ସହ ଜୀବନ ଥିବା ପର୍ଯ୍ୟନ୍ତ ବଣ୍ଡା ଜନଜାତିଙ୍କ ସେବା କରିବେ ବୋଲି ସେ କହିଛନ୍ତି। ଏ ନେଇ ଧବଲୁ ଶିଶା କହିଛନ୍ତି ଯେ ତାଙ୍କ ବଡ଼ ଭାଇ ଡମ୍ବରୁ ଶିଶା ବଣ୍ଡା ଘାଟିରୁ ଆମେରିକା ଯାଉଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos