ଆମେରିକାରେ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶାର ସରିତା ବିଜୟୀ

ଭୁବନେଶ୍ୱର: ଆମେରିକାରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଓଡ଼ିଶାର ସରିତା ପଟ୍ଟନାୟକ। ତାଙ୍କ ଘର ଭୁବନେଶ୍ୱରର ରବି ଟକିଜ୍ ଅଞ୍ଚଳରେ। ସେ ଦୀର୍ଘ ଦିନ ହେବ ଆମେରିକାରେ ରହି ଆସୁଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଓ ପରିବାରକୁ ଶ୍ରେୟ ଦେଇଛନ୍ତି।

ଏହି ସଫଳତା ପରେ ସେ ମାଲେସିଆରେ ହେବାକୁ ଥିବା ମିସେସ୍ ୱାର୍ଲଡ୍‌ ପ୍ରତିଯୋଗିତାରେ ଭାଗ ନେବେ।