ଆଜି ଶକ୍ତି ପ୍ରଦର୍ଶନ: ଭବାନୀପାଟଣାରେ ବିଜେପି ଓ ଖଲ୍ଲିକୋଟରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ହେବ ଘମାସାନ। ବିଜେପୁର ଝଟକା ପରେ ପ୍ରଥମ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସୁଛନ୍ତି। ସେ ଭବାନୀପାଟଣା ମହାସମାବେଶରେ କର୍ମୀଙ୍କୁ ମନ୍ତ୍ର ଦେବେ। ଏପଟେ ଶାହାଙ୍କୁ ଟକ୍କର ଦେବା ପାଇଁ  ବ୍ରହ୍ମପୁରରେ ବିଜେଡି କରୁଛି ମହାମିଶ୍ରଣ ପର୍ବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ପାଇଁ ସଜେଇ ହୋଇଛି ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ। ମହାସମାବେଶରେ […]

amit and naveen

amit and naveen

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 07:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ହେବ ଘମାସାନ। ବିଜେପୁର ଝଟକା ପରେ ପ୍ରଥମ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସୁଛନ୍ତି। ସେ ଭବାନୀପାଟଣା ମହାସମାବେଶରେ କର୍ମୀଙ୍କୁ ମନ୍ତ୍ର ଦେବେ। ଏପଟେ ଶାହାଙ୍କୁ ଟକ୍କର ଦେବା ପାଇଁ  ବ୍ରହ୍ମପୁରରେ ବିଜେଡି କରୁଛି ମହାମିଶ୍ରଣ ପର୍ବ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ପାଇଁ ସଜେଇ ହୋଇଛି ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ ପାଇଁ ମନ୍ତ୍ର ଦେବେ ଅମିତ ଶାହ। ସଂଗଠନ ମଜବୁତ ପାଇଁ ସେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବେ।

ଆସନ୍ତାକାଲି ବଲାଙ୍ଗିରରେ ସେ ଯୁବ ସମାବେଶରେ ଉଦବୋଧନ ଦେବେ। ବିଜେପୁର ଝଟକା ପରେ ଲକ୍ଷାଧିକ ଲୋକଙ୍କୁ ଏକାଠି କରି ପଶ୍ଚିମ ଓଡିଶାରେ ପୁଣିଥରେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ବିଜେପି। ଗତବର୍ଷ ସେପ୍ଟେମ୍ୱର ୬ରେ ତିନିଦିନିଆ ଓଡିଶା ଗସ୍ତରେ ଆସି “ମୋ ବୁଥ ସବୁଠୁ ମଜବୁତ” କାର୍ଯ୍ୟକ୍ରମରେ ଯୋଗଦେବା ସହ ମିଶନ୍ ୧୨୦ ପ୍ଲସର ଆହ୍ୱାନ ଦେଇଥିଲେ।

ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମକୁ ଟକ୍କର ଦେବା ପାଇଁ ଆଜି ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବିଜେଡି ଆୟୋଜନ କରୁଛି  ମହାମିଶ୍ରଣ ପର୍ବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କଂଗ୍ରେସର ତିନି ପ୍ରମୁଖ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଭଗବାନ ଗନ୍ତାୟତ ଆଜି ବିଜେଡିରେ ଯୋଗଦେବେ। କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ଏହି ନେତାମାନେ ନିଜର ଶହ ଶହ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ। ବିଜେଡିର ଏହି ମିଶ୍ରଣ ପର୍ବ ପାଇଁ ସବୁଜମୟ ହୋଇଛି ବ୍ରହ୍ମପୁର ସହର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos