ସମାଲୋଚନା ପରେ 120+ କୁ ନେଇ ସଫେଇ ଦେଲେ ଅମିତ ଶାହା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଶେଷ ଦିନ ଓଡ଼ିଶା କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇଛନ୍ତି। ଗତକାଲି ୧୨୦ ପ୍ଲସ୍‌ କଥା ନଉଠା ଗଣମାଧ୍ୟମର ସିରୋନାମା ପାଲଟିଥିବା ଅମିତ ଶାହା ଆଜିର କାର୍ଯ୍ୟକ୍ରମରେ ସଫେଇ ଦେଉଥିବା ଦେଖିବାକୁ ମିଳିଥିଲା। ସମାବେଶରେ ଉଦ୍‌ବୋଧନ ଦେଇ ଅମିତ କହିଥିଲେ- ଗତକାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତକାଲି ୧୨୦ କଥା କହି […]

amit saha

amit saha

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 04:43 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ଶେଷ ଦିନ ଓଡ଼ିଶା କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ବିଜେପି ଯୁବମୋର୍ଚ୍ଚା ସମାବେଶରେ ଯୋଗଦେଇଛନ୍ତି। ଗତକାଲି ୧୨୦ ପ୍ଲସ୍‌ କଥା ନଉଠା ଗଣମାଧ୍ୟମର ସିରୋନାମା ପାଲଟିଥିବା ଅମିତ ଶାହା ଆଜିର କାର୍ଯ୍ୟକ୍ରମରେ ସଫେଇ ଦେଉଥିବା ଦେଖିବାକୁ ମିଳିଥିଲା। ସମାବେଶରେ ଉଦ୍‌ବୋଧନ ଦେଇ ଅମିତ କହିଥିଲେ- ଗତକାଲି ୧୨୦ କଥା କହି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତକାଲି ୧୨୦ କଥା କହି ନଥିଲି, କାରଣ ତା’ଠାରୁ ଅଧିକ ହେବା ଦିଶୁଛି।

ସେହିପରି ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଶାହା। ବିଜେପି ଯୁବକର୍ମୀଙ୍କ ହତ୍ୟାକାରୀକୁ ନବୀନ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଶାହା କହିଛନ୍ତି, “ବିଜେପି ସରକାର ଆସିଲେ ସେମାନଙ୍କୁ ପାତାଳରୁ ଖୋଜି କାଢ଼ିବୁ।”

ଫ୍ଲୋରାଇଡ଼ ପାଣି ନେଇ ନବୀନଙ୍କୁ ସମାଲୋଚନା କରିଛନ୍ତି ଶାହା। ବିଜେପି ଆସିଲେ ପଶ୍ଚିମ ଓଡ଼ିଶାର ବିକାଶ ନେଇ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

ଆଜିର ଗସ୍ତ ଅବସରରେ ସେ ସଇଁତଳା ନିକଟସ୍ଥ ଫ୍ଲୋରାଇଡ୍ ପ୍ରଭାବିତ ବେନିଆବନ୍ଧ ଗାଁରେ ଲୋକଙ୍କୁ ଭେଟିବା ପରେ ଦେଓଗାଁ ଯାଇ ସେଠାକାର ଦଳିତ ପରିବାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଅମିତ ଶାହାଙ୍କ ସହ ଅନ୍ୟ ଦଳୀୟ କର୍ମକର୍ତ୍ତମାନେ ମଧ୍ୟ ଭୋଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos