ପୁଣି ଓଡ଼ିଶା ଆସିବେ ଅମିତ ଶାହା; ଜାଣନ୍ତୁ କେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଏହି ଗସ୍ତ ସମୟରେ ଅମିତ ଶାହା ଦଳୀୟ କାର୍ଯ୍ୟ ନେଇ ସମୀକ୍ଷା କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଅମିତ ଶାହାଙ୍କ ଟପ୍ ଏଜେଣ୍ଡାରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉଭୟ ରାଜ୍ୟରେ ବିଜେପି ସରକାର ଆସିନି ସେ ପର୍ଯ୍ୟନ୍ତ ବିଜେପିର ଗୋଲଡେନ୍ ପିରିୟଡ ଆସିନି ବୋଲି ସେ କହିଛନ୍ତି। ତେଣୁ ସେଥିପାଇଁ ସେ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଉଭୟ ରାଜ୍ୟରେ କିଭିଳି ଦଳ ମଜଭୁତ ହେବ ସେନେଇ ବାରମ୍ବାର ଗସ୍ତ କରି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଜୁଏଲ୍ କହିଛନ୍ତି।

ପୂର୍ବରୁ ଗତ ବର୍ଷ ଜୁନ ୨୨ ତାରିଖରେ ଓଡ଼ିଶା ଆସିଥିଲେ ଅମିତ ଶାହ। ସେହି ସମୟରେ ଯାଜପୁର ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ପଞ୍ଚାୟତ ଓ ବୁଥ‌୍‍ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଦଳର ରଣନୀତି ପ୍ରସ୍ତୁତ କରିଥିଲେ।