ବିଗ୍‌ ବିଙ୍କ ମାଟିର ପ୍ରତିମୂର୍ତ୍ତି ନିର୍ମାଣ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶ୍ରୀଧର

ପୁରୀ: ବିଗ୍‌ ବି ଅମିତାଭ ବଚ୍ଚନଙ୍କର ୭୪ ତମ ଜନ୍ମ ଉତ୍ସବ ଅବସରରେ ପୁରୀରେ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ବିଗ ବିଙ୍କ ଏକ ମାଟିର ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଶିଳ୍ପୀ ଶ୍ରୀଧର ଅଳ୍ସ ସମୟ ମଧ୍ୟରେ ଅମିତାଭଙ୍କ କମନୀୟ ଏବଂ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଯାହାକୁ ଦଶର୍କମାନେ ଦେଖି  ବିମୁଗ୍ଧ ହୋଇ ଯାଇଥିଲେ।

ଅମିତାଭଙ୍କ ଜନ୍ମ ଦିନ ଅବସରରେ କୁନି କୁନି ପିଲାଙ୍କ ଭିତରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ସମସ୍ତ ପ୍ରତିଯୋଗୀ ଅମିତାଭଙ୍କ ଭିନ୍ନ ଭିନ୍ନ ପୋଷ୍ଟର ଅନୁସାରେ ଚିତ୍ର ଆଙ୍କିଥିଲେ। କ୍ରିଏଟିଭ ହ୍ୟାଣ୍ଡିକ୍ରାଭଟ ସଂସ୍ଥା ଦ୍ୱାରା ଏହା ଆୟୋଜନ କରାଯାଇଥିଲା।