ବହି ବିକାଳିରୁ ବଡ଼ ବ୍ୟବସାୟୀ: ବିଶ୍ୱର ଏକ ନମ୍ବର ଧନୀ ହେଲେ  ଆମାଜନ୍‌ ପ୍ରତିଷ୍ଠାତା, ପଛରେ ପଡ଼ିଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ବିଶ୍ୱର ଧନୀ ତାଲିକାରେ ସର୍ବୋଚ୍ଚ ସ୍ଥାନକୁ ଅଧିକାର କରିଛନ୍ତି ଆମାଜନ୍ ପ୍ରତିଷ୍ଠାତା ତଥା ଚିଫ୍ ଏକ୍‌ଜ୍ୟୁକ୍ୟୁଟିଭ୍ ଜେଫ୍ ବିଜୋସ୍। ୧୦୫ ବିଲିଅନ୍ ଡଲାର ସମ୍ପତ୍ତି ସହ ବିଶ୍ୱର ବିତ୍ତଶାଳୀ ବ୍ୟକ୍ତି ବନିଛନ୍ତି ଜେଫ୍। ବିଶ୍ୱର ଧନୀ ତାଲିକାରେ ଷଷ୍ଠ ସ୍ଥାନରେ ଥିବା ଜେଫଙ୍କ କମ୍ପାନୀ ଆମାଜନ୍‌।

ସେୟାର ମାକେର୍ଟରେ ରେକର୍ଡ ବୃଦ୍ଧି ଘଟିଛି। ଫଳରେ ମାଇକ୍ରୋସଫ୍ଟ ମାଲିକ ବିଲ୍ ଗେଟ୍ସଙ୍କୁ ପଛକୁ ପକାଇଛନ୍ତି ଜେଫ୍। ବିଲ୍ ଗେଟ୍ସ ୯୩ ଦଶମିକ ୩ ବିଲିଅନ୍ ଆମେରିକୀୟ ଡଲାର ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଜଣେ ବହି ବିକ୍ରେତା ଏବଂ ପରେ ଇ-ମାକେଟିଂର ଟାଇକୁନ୍ ଭାବେ ପରିଚିତ ଜେଫ୍। ଆଜି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ।