ଭୋଜି ଖାଇ ଫେରୁଥିଲେ; ହାତୀ ହାବୁଡ଼ରେ ପଡ଼ିଗଲେ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର ଭରତ ନାଏକ (୪୫)। ଗତକାଲି ରାତି ୧୧ଟା ସମୟରେ ଭରତ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ […]

ele,,,,

ele,,,,

Tapaswini Nayak
  • Published: Friday, 12 July 2019
  • Updated: 12 July 2019, 10:23 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର ଭରତ ନାଏକ (୪୫)।

ଗତକାଲି ରାତି ୧୧ଟା ସମୟରେ ଭରତ ଭୋଜି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ନେଇ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଭରତଙ୍କୁ ମିଶାଇ ଜିଲ୍ଲାରେ ଗତ ୪ ଦିନ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି। ଗତ ସୋମବାର ରାତିରେ ବାଉଁଶପାଳ ବ୍ଳକ୍‌ ଦଅଁଳାହତା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା।  ସେହିପରି ଗତ ବୁଧବାର ରାତିରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ଫରେଷ୍ଟ ସେକ୍ସନ୍‌ର ମଲଦା ଗାଁରେ ଦନ୍ତା ଆକ୍ରମଣରେ ଏକ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos