ଟ୍ରେନ୍‌ ଧକ୍କାରେ ଚାଲିଗଲା ମାଈ ହାତୀର ଜୀବନ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ରାଉରକେଲା ଷ୍ଟେସନରୁ ୩୩ କିଲୋମିଟର ଦୂରରେ ଥିବା ହାତୀ କରିଡର ନିକଟରେ ଘଟିଛି ଏହି ଘଟଣା । ବୁଧବାର ବିଳମ୍ବିତ ରାତିରେ ରାଉରକେଲାରୁ ଏକ ମାଲ ବୋଝେଇ ଟ୍ରେନ ଝାଡ଼ଖଣ୍ଡ ଚକ୍ରଧରପୁର ଆଡ଼କୁ ଯାଉଥିଲା।  ଝାଡ଼ଖଣ୍ଡ ଜରେଇକେଲା ଷ୍ଟେସନ ପରେ ହାତୀ ପଲ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ […]

railline

railline

Tapaswini Nayak
  • Published: Friday, 18 September 2020
  • Updated: 18 September 2020, 10:43 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ରାଉରକେଲା ଷ୍ଟେସନରୁ ୩୩ କିଲୋମିଟର ଦୂରରେ ଥିବା ହାତୀ କରିଡର ନିକଟରେ ଘଟିଛି ଏହି ଘଟଣା ।

ବୁଧବାର ବିଳମ୍ବିତ ରାତିରେ ରାଉରକେଲାରୁ ଏକ ମାଲ ବୋଝେଇ ଟ୍ରେନ ଝାଡ଼ଖଣ୍ଡ ଚକ୍ରଧରପୁର ଆଡ଼କୁ ଯାଉଥିଲା।  ଝାଡ଼ଖଣ୍ଡ ଜରେଇକେଲା ଷ୍ଟେସନ ପରେ ହାତୀ ପଲ ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ମାଲ ବୋଝେଇ ଟ୍ରେନ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଫଳରେ  କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା।

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଟ୍ରେନ କର୍ମଚାରୀଙ୍କୁ ମାରପିଟ କରିଥିଲେ। ଜରେଇକେଲା ବନ ବିଭାଗ ସହ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମାଲ ବୋଝେଇ ଟ୍ରେନକୁ ଲୋକେ ଛାଡ଼ିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos