ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା, ବାଜିଛି ୩ଟି ଗୁଳି

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁରରେ ଆଉ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି। ଚତରାପଦା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାଟି ବୁଲୁ ଥିବା ଥିବା ସ୍ଥାନୀୟ ଲୋକ  ଦେଖିଥିଥିଲେ। ଏନେଇ ବନ ବିଭାଗକୁ ସୂଚନା ଦେଇଥିଲେ।  ଆଜି ଚତରାପଦା ଜଙ୍ଗଲରେ ବନ ବିଭାଗ ପହଞ୍ଚି ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚେଷ୍ଟା ଚଳାଇଛି।  ଦନ୍ତା ଦେହରେ ୩ଟି ଗୁଳି ବାଜିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କିଛି ମାସ ତଳେ  ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ […]

elephant

elephant

Tapaswini Nayak
  • Published: Thursday, 18 August 2022
  • Updated: 18 August 2022, 10:32 AM IST

Sports

Latest News

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁରରେ ଆଉ ଏକ ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି। ଚତରାପଦା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାଟି ବୁଲୁ ଥିବା ଥିବା ସ୍ଥାନୀୟ ଲୋକ  ଦେଖିଥିଥିଲେ। ଏନେଇ ବନ ବିଭାଗକୁ ସୂଚନା ଦେଇଥିଲେ।  ଆଜି ଚତରାପଦା ଜଙ୍ଗଲରେ ବନ ବିଭାଗ ପହଞ୍ଚି ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚେଷ୍ଟା ଚଳାଇଛି।  ଦନ୍ତା ଦେହରେ ୩ଟି ଗୁଳି ବାଜିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ମାସ ତଳେ  ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍‌ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା। ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୁରି ବୁଲିବା ସହିତ ଗର୍ଜନତର୍ଜନ କରୁଥିଲା। ହାତୀଟି ଚାଲି ନପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା। ମାତ୍ର ସେଠାରୁ ଉଠି ପାରିନଥିଲା। ସେଠାରେ ଚିତ୍କାର କରିଥିଲା। ଜଙ୍ଗଲକୁ ଯାଇଥିବା ଲୋକମାନେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ। ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ  କରି ଚିକିତ୍ସା କରିଥିଲା। ଆପ୍ରାଣ ଉଦ୍ୟମ ସତ୍ତ୍ୱେ ହାତୀର ଜୀବନ ବଞ୍ଚାଇ ପାରିନଥିଲେ ବନ ବିଭାଗ। ଶେଷରେ ହାତୀଟିର ମୃତ୍ୟୁ ଘଟିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos