ଇଞ୍ଜିନିୟରିଂ ପରେ କରୁଥିଲେ ଧଳା ଜହର ବେପାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅଭିନବ ଉପାୟରେ ଚାଲିଛି ଧଳାଜହର କାରବାର। ମହିଳାଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଇଞ୍ଜିନିୟରିଂ କରିଥିବା ଜଣେ ଯୁବକ। ତାଙ୍କ ଠାରୁ ୧.୩୪ କେଜି ବ୍ରାଉନସୁଗାର ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କାରାଯାଇଛି। […]

brown-sugar-bbsr

brown-sugar-bbsr

Tapaswini Nayak
  • Published: Saturday, 04 September 2021
  • Updated: 04 September 2021, 02:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅଭିନବ ଉପାୟରେ ଚାଲିଛି ଧଳାଜହର କାରବାର। ମହିଳାଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ଏହି ବେପାର କରୁଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଇଞ୍ଜିନିୟରିଂ କରିଥିବା ଜଣେ ଯୁବକ। ତାଙ୍କ ଠାରୁ ୧.୩୪ କେଜି ବ୍ରାଉନସୁଗାର ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତ ନିକଟରୁ ଏହି ଧଳା ଜହରକୁ ଜବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧାର ଗୁରୁଜଙ୍ଗ ଅଞ୍ଚଳର ମନୋରଞ୍ଜନ ଦାସ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କାରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମନୋରଞ୍ଜନ ଧଳା ଜହର ବିକ୍ରି କରୁଥିବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଯୋଜନା ମୁତାବକ କୁମ୍ଭାରବସ୍ତ ଅଞ୍ଚଳରେ ଟିମ୍ ଜଗି ରହିଥିଲା। ମନୋରଞ୍ଜନ ଧଳା ଜହର ବିକ୍ରି କରିବା ପାଇଁ ଜଣେ ନିଶା ବ୍ୟବସାୟୀ ସହ ଡିଲ୍ କରୁଥିଲା ବେଳେ ତାଙ୍କୁ  ଗିରଫ କରାଯାଇଥିଲା।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ।

୨୦୨୦ ମସିହା ପରଠାରୁ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ୩୯ କେଜି ବ୍ରାଉନସୁଗାର ଏବଂ ହେରୋଇନ୍ ଜବତ କଲାଣି ଏସଟିଏଫ୍।  ଏ ସମସ୍ତ ମାମଲାରେ ଏଯାଏ ଶହେ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos