ଆଜୀବନ ସଜା କାଟୁଥିବା କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି।  ଗଳା କାଟି ଜଣେ  କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ତାଙ୍କ ନାଁ ଜୁଳିଆ ପ୍ରଧାନ।  ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ୨୦୦୯ ମସିହା ନଭେମ୍ବର ୧୬ତାରିଖରେ ଏକ ହତ୍ୟା ମାମଲାରେ କାଜିଂପାଣି ଥାନା ଅନ୍ତର୍ଗତ ଉପରଡ଼ାଙ୍ଗରପଡ଼ାର ଜୁଳିଆ ଆଜୀବନ ସଜା କାଟୁଥିଲେ। ଜେଲରେ  ତାଙ୍କର ମାନସିକ ସ୍ଥିତି  ଭଲ ରହୁନଥିଲା। ତେଣୁ ଜେଲରେ ତାଙ୍କର ଚିକିତ୍ସା କରାଯାଉଥିଲା। […]

kjr

kjr

Rakesh Mallick
  • Published: Monday, 02 October 2017
  • Updated: 02 October 2017, 03:41 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି।  ଗଳା କାଟି ଜଣେ  କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  ତାଙ୍କ ନାଁ ଜୁଳିଆ ପ୍ରଧାନ।  ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

୨୦୦୯ ମସିହା ନଭେମ୍ବର ୧୬ତାରିଖରେ ଏକ ହତ୍ୟା ମାମଲାରେ କାଜିଂପାଣି ଥାନା ଅନ୍ତର୍ଗତ ଉପରଡ଼ାଙ୍ଗରପଡ଼ାର ଜୁଳିଆ ଆଜୀବନ ସଜା କାଟୁଥିଲେ। ଜେଲରେ  ତାଙ୍କର ମାନସିକ ସ୍ଥିତି  ଭଲ ରହୁନଥିଲା। ତେଣୁ ଜେଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ଗତକାଲି ସେ ସେଲ୍ ଭିତରକୁ ଯିବାବେଳେ ପରିସ୍ରା କରିବା ବାହାନାରେ ଯାଇ କୈଣସି ଏକ ଧାରୁଆ ଅସ୍ତ୍ରରେ ନିଜ  ଗଳାକୁ କାଟି ଦେଇଥିଲେ।  ଜେଲ କର୍ମଚାରୀ ତାଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos