ସଭାପତି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚକୁ ନେଇ ଆନନ୍ଦପୁର କଲେଜରେ ଉତ୍ତେଜନା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ଜଣେ ସଭାପତି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ତାଙ୍କ ସମର୍ଥକମାନେ ଆଜି କଲେଜରେ ଭଙ୍ଗାରୁଜା ଓ ପୋଡ଼ାଜୋଳା କରିଥିବା ଅଭିଯୋଗ ହୋଇଛି। ଫଳରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ପରିସରରେ ୨ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।